ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ପରଷା ଗଲା ପଚା ଓ ଶଢ଼ି ଯାଇଥିବା ଖାଦ୍ୟ

କାନପୁର: ଦେଶର ପ୍ରଥମ ସେମି ହାଇ-ସ୍ପିଡ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳା ଯାଉଛି। ରବିବାର ବାରାଣାସୀରୁ ଦିଲ୍ଲୀ ଯାଉଥିବା ସମୟରେ ଯାତ୍ରୀକୁ କାନପୁରରେ ପଚା ଓ ଶଢ଼ି ଯାଇଥିବା ଖାଦ୍ୟ ପରଷା ଯାଇଥିଲା। କେନ୍ଦ୍ରୀୟ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ବି ଏହାର ଶିକାର ହୋଇଛନ୍ତି।

ମାମଲା ରେଳମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚା ଯାଇଥିଲା । ଏହାପରେ ଆଇଆରସିଟିସିର ମହାପ୍ରବନ୍ଧକ ଏମପି ସିଂହଙ୍କୁ ଏହାର ଯାଞ୍ଚ ଦାୟିତ୍ୱ ଦିଆଯାଇଥିଲା। ବିଶେଷ ଯାଞ୍ଚ ଟିମ୍‌ ଆଜି କାନପୁର ସେଣ୍ଟ୍ରଲ ରେଲେଓ୍ଵ ଷ୍ଟେସନ୍‌ରେ ପହଞ୍ଚିଥିଲେ। ଯାହା ଅଭିଯୋଗ ହୋଇଥିଲା ତାହାର ପ୍ରାମଣ ପାଇଥିଲେ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱସନା ଦେଇଛନ୍ତି।

ଭିଭିଆଇପି ଟ୍ରେନ୍‌ ହେବା ହେତୁ ବନ୍ଦେ ଭାରତ ଯାତ୍ରୀଙ୍କୁ କାନପୁରର ଫାଇଭ୍‌ ଷ୍ଟାର ହେଟେଲ ଲ୍ୟାଣ୍ଡମାର୍କରେ ବନା ଯାଇଥିବା ଖାଦ୍ୟ ସପ୍ଲାଏ କରାଯାଇଥାଏ। ରବିବାର ବାରାଣାସୀ ଦିଲ୍ଲୀ ଯାଉଥିବା ସମୟରେ ଟ୍ରେନ୍‌ କାନପୁରରେ ଅଟକି ଥିଲା। ଏହିଠାରୁ ଖାଦ୍ୟ ବିତରଣ ହୋଇଥିଲା। ଟ୍ରେନ୍‌ରେ କେନ୍ଦ୍ରୀୟ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ବି ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର