ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗଦେଇ ପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମ୍ଭାବନା ରହିଛି। ସୂତ୍ର ଅନୁସାରେ ସୋମବାର ନୂଆଦିଲ୍ଲୀରେ ଶ୍ରୀ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ କି, ବିଜେଡ଼ିରୁ ନିଲମ୍ବିତ ହେବା ପରେ ୨୦୧୮ ଜୁନ୍‌ ୧୨ ତାରିଖରେ ସେ କେନ୍ଦ୍ରାପଡ଼ାର ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର