ଭାରତର କଠୋର ଆଭିମୁଖ୍ୟରେ ବ୍ରିଟେନ ଚେତିଲା, ଦୂତାବାସ ବାହାରେ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ: ବ୍ରିଟେନ୍‌ ସ୍ଥିତ ଭାରତୀୟ ଦୂତାବାସରୁ ଖଲିସ୍ତାନୀ ସମର୍ଥକମାନେ ତ୍ରିରଙ୍ଗା କାଢ଼ିଦେବା ଘଟଣାକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିଛି। ପୂର୍ବରୁ ଉକ୍ତ ମାମଲାରେ ବ୍ରିଟେନ୍‌ର ଉପ ହାଇ କମିସନରଙ୍କୁ ସମନ୍‌ କରିଥିବା ଭାରତ ଏବେ ପୁଣି ଯେସାକୁ ତେସା ନୀତିରେ କାର୍ଯ୍ୟପନ୍ଥା ଗ୍ରହଣ କରିଛି। ଦିଲ୍ଲୀ ସ୍ଥିତ ବ୍ରିଟେନ୍‌ ହାଇ କମିସନ୍‌ ବାହାରୁ ଭାରତ ବ୍ୟାରିକେଡ୍‌ ହଟାଇ ଦେଇଛି। ବ୍ରିଟେନ ହାଇ କମିସନ୍‌ ବାହ‌ାରେ ସୁରକ୍ଷା ବ୍ୟବସ୍ଥା ଯାହା ଥିଲା ତାହା ଠିକ୍‌ ରହିଛି। କିନ୍ତୁ ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ବ୍ରିଟେନର ଚେତା ପଶିଛି। ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିସନ୍‌ଙ୍କ କାର୍ଯ୍ୟାଳୟ ବାହାରେ ଆଜି ଅଧିକ ପୁଲିସ ମୁତୟନ ସହ ପର୍ଯ୍ୟାପ୍ତ ବ୍ୟାରି‌କେଡ ବ୍ୟବସ୍ଥା ହୋଇଛି। କେନ୍ଦ୍ରୀୟ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଖଲିସ୍ତାନୀ ସମର୍ଥକଙ୍କ ଗତିବିଧି ଉପରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର