କେବେ ଚାଲିବ ବୁଲେଟ୍ ଟ୍ରେନ୍ ? ଉତ୍ତରଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ବୁଲେଟ ଟ୍ରେନ କେବେ ଚାଲିବ ତାହାକୁ ନେଇ ସାରା ଦେଶର ଲୋକେ ଅପେକ୍ଷା କରିଛନ୍ତି । ତେବେ ଶେଷ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ପ୍ରତୀକ୍ଷାର ଅନ୍ତ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ସିଏନଏନ ନ୍ୟୁଜ୍ ୧୮ର କାର୍ଯ୍ୟକ୍ରମ ‘ରାଇଜିଂ ଇଣ୍ଡିଆ’ରେ ଯୋଗଦେଇ ବୈଷ୍ଣବ କହିଛନ୍ତି ଯେ ୨୦୨୬ରେ ଦେଶରେ ବୁଲେଟ୍ ଟ୍ରେନ୍ ଚାଲିବ । ଅର୍ଥାତ୍ ଆସନ୍ତା ୨ ବର୍ଷରେ ଦେଶରେ ଚାଲିବ ବୁଲେଟ ଟ୍ରେନ ।

ସେ କହିଛନ୍ତି, ଆମର ପ୍ରସ୍ତୁତି ବହୁତ ଦ୍ରୁତ ଗତିରେ ଚାଲିଛି ଏବଂ ୨୦୨୬ ରେ ବୁଲେଟ୍ ଟ୍ରେନ୍ ଚାଲିବ । ଭାରତୀୟ ରେଳବାଇରେ ଆସୁଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ସବୁଠାରୁ ବଡ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା । ପ୍ରଥମେ ସୁରକ୍ଷିତ ଯାତ୍ରା ଏବଂ ପରେ ସୁବିଧାର ସମ୍ପ୍ରସାରଣ ଲକ୍ଷ୍ୟ ରହିଛି। ବୁଲେଟ୍ ଟ୍ରେନର ୨୮୪ କିଲୋମିଟର ଟ୍ରାକ୍ କାମ ଶେଷ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ସଂଖ୍ୟା ୧୦-୧୨ ଦିନ ପୂର୍ବର, ଯେତେବେଳେ ମୁଁ ସମୀକ୍ଷା କଲି । ଅନ୍ୟ ଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ୨୦ ବର୍ଷ ସମୟ ଲାଗିଥାଏ, କିନ୍ତୁ ଆପଣ ଭାରତରେ ଦେଖୁଛନ୍ତି।

ସମ୍ବନ୍ଧିତ ଖବର