କୋଭିଡ୍-୧୯ ରୋଗୀମାନଙ୍କ ପ୍ରତି ପଶୁଠାରୁ ବି ହୀନ ବ୍ୟବହାର କରାଯାଉଛି, ଆବର୍ଜନା ଗଦାରେ ଶବ ଫିଙ୍ଗାଯାଉଛି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ରୋଗୀଙ୍କ ମୃତଦେହ ପ୍ରତି ଚରମ ଅବହେଳାର ଚିତ୍ର ଆସିଛି । ଏ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡାଭାଷାରେ ସମାଲୋଚନା କରିଛନ୍ତି । ଏମିତିକି ଅଳିଆ ଗଦାରୁ ବି ମୃତଦେହ ମିଳୁଥିବା କଥା ସୁପ୍ରିମକୋର୍ଟ କରିଛନ୍ତି । କୋଭିଡ ରୋଗୀଙ୍କ ୱାର୍ଡରେ ଓ ଲବିରେ ମୃତଦେହ ସବୁ ପଡି ରହିଥିବାର ଅଭିଯୋଗ ହୋଇଥିଲା । ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି କରୋନା ରୋଗୀ ଦିଲ୍ଲୀରେ ଚିକିତ୍ସା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି । ରୋଗୀଙ୍କ ୱାର୍ଡରେ ରୋଗୀଙ୍କ ପାଖରେ ଶବ ପଡି ରହୁଛି । ଏଭଳି ସମ୍ବେଦନହୀନ ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ତାମିଲନାଡୁ,ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ବି ଅବସ୍ଥା ଚିନ୍ତାଜନକ ରହିଛି । ଏ ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟରୁ ଅବଗତ ହେବା ପରେ, ସୁପ୍ରିମ୍ କୋର୍ଟଙ୍କ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ଡାକ୍ତରଖାନାମାନଙ୍କର ପରିସ୍ଥିତି ସଂକ୍ରାନ୍ତରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଦି ଚାରିଟି ରାଜ୍ୟରୁ ସବିସ୍ତାର ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି।

Image Courtesy of HT

ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମତ ରଖିଛନ୍ତି କି, କୋଭିଡ୍-୧୯ ରୋଗୀମାନେ ପଶୁଠାରୁ ହୀନ ବ୍ୟବହାର ପାଉଛନ୍ତି। ଗୋଟିଏ ଘଟଣାରେ ଶବଟିଏ ଆବର୍ଜନା ଗଦାରୁ ମିଳିଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା।   ଡାକ୍ତରଖାନାର ପରିସ୍ଥିତି ଏବଂ କୋଭିଡ୍-୧୯ ନମୁନା ପରୀକ୍ଷଣ ହ୍ରାସ ଯୋଗୁଁ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ବହୁସଂଖ୍ୟକ ଶଯ୍ୟା ଖାଲି ଥିବାବେଳେ ରୋଗୀମାନେ ଭର୍ତ୍ତି ହେବା ପାଇଁ ନାନାଦି ହଇରାଣ ହେଉଛନ୍ତି।

ସମ୍ବନ୍ଧିତ ଖବର