ଡଙ୍ଗା ବୁଡ଼ିରେ ୨ ମତ୍ସ୍ୟଜୀବୀ ମୃତ

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମୁହାଣ ମୁହଁରେ ଡଙ୍ଗା ବୁଡି ଦୁଇଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତ ଦ୍ୱୟ ପାରାଦୀପ ବିଜୟ ଚାନ୍ଦପୁର୍‌ ଅଞ୍ଚଳର ଗୁରୁଚାନ୍ଦ ରାଏ ଓ ବିଦୂ ଭୂଷଣ ମାଇତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ମା’ କାଳୀ ନାମକ ଏକ ଡଙ୍ଗାରେ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରି ଫେରୁଥିବା ବେଳେ ହଠାତ ମୁହାଣ ମୁହଁରେ ଡଙ୍ଗା ବୁଡ଼ି ଯାଇଥିଲା। ଘଟଣାସ୍ଥଳ ପାଖରେ ଥିବା ଏକ ଡଙ୍ଗୀ ବୁଡ଼ି ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରୁଥିବା ବେଳେ ମତ୍ସ୍ୟଜୀବୀ ଗୁରୁଚାନ୍ଦ ରାଏ ଓ ବିଦୂ ଭୂଷଣ ଦୁଇଜଣ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର