ଜେକେ ରାଓଲିଂଙ୍କୁ ହତ୍ୟା ଧମକ

ୱାସିଂଟନ: ବୁକର ପୁରସ୍କାର ବିଜେତା ଲେଖକ ସଲମାନ ରୁଶଦିଙ୍କ ଉପରେ ଶୁକ୍ରବାର ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି। ଲୋକପ୍ରିୟ ଉପନ୍ୟାସ ‘ହ୍ୟାରି ପଟର’ର ଲେଖିକା ଜେକେ ରାଓଲିଂ ତାଙ୍କ ସମର୍ଥନରେ ଟ୍ବିଟ୍ କରିବା ପରେ ଇରାନ-ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀର ଜଣେ ସଦସ୍ୟ ତାଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଛି। ଟ୍ବିଟରରେ ରାଓଲିଂ ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାପରେ ମୀର ଆସିଫ ଅଜିଜ ଟ୍ବିଟ୍ କରି ଉତ୍ତର ଦେଇଥିଲେ- ‘‘ବ୍ୟସ୍ତ ହୁଅନ୍ତୁନି ମାଡାମ୍, ୟା ପରେ ଆପଣଙ୍କ ପାଳି ପଡ଼ିବ।’’ ଅଜିଜର ଟ୍ବିଟର ବାୟୋଡାଟାରୁ ଜଣାପଡ଼ିଛି ଯେ ସେ ଜଣେ ଛାତ୍ର, ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତା ଏବଂ ରିସର୍ଚ୍ଚ ଆକ୍ଟିଭିଷ୍ଟ। ରାଓଲିଂ ଟ୍ବିଟର କର୍ମକର୍ତ୍ତାଙ୍କୁ ଧମକର ସ୍କ୍ରିନସଟ ପଠାଇ ଏ ବାବଦରେ ସେ କିଛି ସାହାଯ୍ୟ କରିପାରିବେ କି ନା ପଚାରିଛନ୍ତି।

ସମ୍ବନ୍ଧିତ ଖବର