ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ନେପାଳ । ଅଧରାତିରେ ନେପାଳକୁ ଲାଗିଲା ଭୂକମ୍ପ ଝଟକା । ରାତି ୧ଟା ୩୩ ମିନିଟରେ ଥରିଲା ନେପାଳ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ବାରା ଭୂକମ୍ପ ନେଇ ସୂଚନା ଦିଆଯାଇଛି ।
ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ଏଯାଏଁ କିଛି ଖବର ଆସିନି । ସେପଟେ ଦୁଇ ଦିନ ତଳେ ଅର୍ଥାତ ୨୦ ତାରିଖରେ ବି ନେପାଳରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା । ପୂର୍ବରୁ ମେ ୧୪ରେ ୪.୬ ତୀବ୍ରତାରେ ଭୂକମ୍ପରେ ଥରିଥିଲା ନେପାଳ । ମେ ମାସରେ ତିନି ତିନିଟି ଭମିକମ୍ପରେ ଭୟଭୀତ ଲୋକେ ।
EQ of M: 4.3, On: 23/05/2025 01:33:53 IST, Lat: 29.36 N, Long: 80.44 E, Depth: 10 Km, Location: Nepal.
— National Center for Seismology (@NCS_Earthquake) May 22, 2025
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/C9LB2P8RDS
ଗତକାଲି ଭୂକମ୍ପରେ ଥରିଥିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ ହୋଇଥିଲା । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଥିଲା ।
ଗ୍ରୀସର କାସୋସ୍ ଦ୍ୱୀପ ନିକଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଯାହା ପରେ ଗ୍ରୀସର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏବଂ ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଲୋକଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଭୂକମ୍ପ ପରେ ସୁନାମୀ ନେଇ ମଧ୍ୟ ସତର୍କ କରାଯାଇଥିଲା । ତେବେ ଗତ ସପ୍ତାହରେ ଗ୍ରୀସରେ ବି ଭୂମିକମ୍ପ ହୋଇଥିଲା । ମେ ୧୩ ତାରିଖରେ ୬.୧ ତୀବ୍ରତାର ଭୂମ୍ପକ ଝଟକା ଗ୍ରୀସକୁ ଲାଗିଥିଲା ।