ପଞ୍ଜସିର ନେତାଙ୍କ ସହ ତାଲିବାନର ଆଲୋଚନା ବିଫଳ, ଲଢେଇ ଜୋରଦାର ହେବା ଆଶଙ୍କା

କାବୁଲ : ଆଫଗାନିସ୍ତାନର ପଞ୍ଜସିର ଘାଟିକୁ ଅକ୍ତିଆର କରିବାକୁ ତାଲିବାନ ଉଦ୍ୟମ ଚଳାଇଥିବାବେଳେ ଅହମ୍ମଦ ମାସୁଦଙ୍କ ନର୍ଦନ ଆଲାଏନ୍ସ ଏହାର ପ୍ରବଳ ପ୍ରତିରୋଧ କରୁଛି । ଏପରିକି ତାଲିବାନର ଆତଙ୍କବାଦୀମାନେ ମାସୁଦଙ୍କ ସେନାର ମୁକାବିଲା କରିପାରୁନାହାନ୍ତି ।
ଅନ୍ୟପକ୍ଷରେ ଦୁଇପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ତାଲିବାନର ବରିଷ୍ଠ ନେତା ମୁଲ୍ଲା ଅମୀର ଖାଁ ମୋଟାକି କହିଛନ୍ତି ଯେ ପଞ୍ଜସିରର ନେତାମାନଙ୍କ ସହ ତାଲିବାନର ଏକ ୪୦ ଜଣିଆ ପ୍ରତିନିଧିମଣ୍ଡଳ ଚଳାଇଥିବା ଆଲୋଚନା ବିଫଳ ହୋଇଛି । ତେବେ ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟମରେ ପଞ୍ଜସିର ଲୋକମାନଙ୍କ ସହ ଏକ ବୁଝାମଣା ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନର୍ଦ୍ଦନ ଆଲାଏନ୍ସ ତରଫରୁ ଏକ ଟ୍ୱିଟ କରି ଦାବି କରାଯାଇଛି ଯେ, ପଞ୍ଜଶୀର ଦଖଲ କରିବାକୁ ଆସିଥିବା ତାଲିବାନୀ ଯୋଦ୍ଧାଙ୍କ ମଧ୍ୟରୁ ପାଖା ପାଖି ୩୫୦ ଜଣଙ୍କୁ ଏନଆରଏଫ ତରଫରୁ ହତ୍ୟା କରାଯାଇଛି । କେବଳ ସେତିକି ନୁହେଁ ୪୦ ଜଣ ତାଲିବାନୀ ଯୋଦ୍ଧାଙ୍କୁ ଏନଆରଏଫ ବନ୍ଧକ ରଖିଥିବା କଥା ବି ଟ୍ୱିଟର ମାଧ୍ୟମରେ ଦାବି କରାଯାଇଛି । ଏହି କ୍ରମରେ ଏନଆରଏଫ ତରଫରୁ ଅନେକ ଆମେରିକୀୟ ବାହନ ଓ ଅସ୍ତ୍ରଶସ୍ତ୍ର ଜବତ କରିଥିବା କଥା ବି କୁହାଯାଇଛି ।

 

ସମ୍ବନ୍ଧିତ ଖବର