ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କଲା ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ଖଇରା: ପାରାଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ୫୦ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ଘଟଣା ଉପରୁ ପରଦା ଉଠାଇ ପାରିନି ତଦନ୍ତକାରୀ ଟିମ। ଏନେଇ ୪ଦିନ ପୂର୍ବରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ୭ଦିନ ମଧ୍ୟରେ ତଦନ୍ତକାରୀ ଟିମ୍‌ ଡ଼ିଏଫଓ, ବିଦ୍ୟାଭାରତୀ ଏବଂ ରୋଷେୟାଙ୍କୁ ଗିରଫ ନକଲେ ନବୀନନିବାସ ସମ୍ମୁଖରେ ସେ ଏବଂ ତାଙ୍କ ପତ୍ନୀ ତୁଳସୀ ମହାପାତ୍ର ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଥିଲେ।

ଗତକାଲି ସୌମ୍ୟଙ୍କ ବାପା ଓ ମାମୁ ସିଥିକଣ୍ଠ ପଣ୍ଡା ଭୁବନେଶ୍ୱର ଯାଇ ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ପ୍ରଦାନ ପାଇଁ ନିବେଦେନ କରିବା ସହିତ ବିଜେପି ଓ କଂଗ୍ରେସ ନେତାଙ୍କୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ନିବେଦନ କରିଥିଲେ।

ଆଜି କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ପ୍ରଥମେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ପହଞ୍ଚିଥିଲେ। ପରେ ଖଇରା ଥାନା କର୍ମଚାରୀଙ୍କ ସମେତ କ୍ରାଇମବ୍ରାଞ୍ଚ ଟିମ୍‌ ଖଇରା ଥାନା ବେଗୁନିଆସ୍ଥିତ ସୌମ୍ୟରଞ୍ଜନଙ୍କ ବାସଭବନରେ ପହଞ୍ଚି ପରିବାର ଏବଂ ସମ୍ପର୍କୀୟଙ୍କ ପଚରାଉଚରା କରିଥିଲେ। ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ପ୍ରକାଶ କରିଛନ୍ତି। ଏଥି ସହିତ ପରବର୍ତ୍ତୀ ସମୟରେ ଆଜି ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀଙ୍କ ବାସଭବନରେ ପହଞ୍ଚି ଟିମ୍‌ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର