ଗୁପ୍ତଚରଗିରି ସନ୍ଦେହରେ ପୂର୍ବତନ ସେନା ଅଧିକାରୀ ଗିରଫ

ନୂଆଦିଲ୍ଲୀ : ଗୁପ୍ତଚରଗିରି ସନ୍ଦେହରେ ମୁକେଶ ଅରୋରା ନାମକ ଜଣେ ପୂର୍ବତନ ଭାରତୀୟ ସେନା ଅଧିକାରୀଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଶୁକ୍ରବାର ରାତିରେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳର ମାନେକ୍‌ସା ସେଣ୍ଟର୍‌ରୁ ବହି ଚୋରି କରୁଥିବା ବେଳେ ୬୪ ବର୍ଷୀୟ ମୁକେଶ ଧରାପଡ଼ି ହାଜତକୁ ଯାଇଥିବା ବେଳେ ସେ ଗୁପ୍ତଚରଗିରି କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା। ପୁଲିସ କହିବା ଅନୁସାରେ କାନାଡାରେ ରହୁଥିବା ମୁକେଶ ଅରୋରା ବିଦେଶୀ ଏଜେନ୍‌ସିଙ୍କ ପାଇଁ ଗୁପ୍ତଚରଗିରି କରୁଛନ୍ତି ବୋଲି ସେନା ଅଧିକାରୀମାନେ କେତେକ ତଥ୍ୟ ହାସଲ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଦ୍ବୈତ ନାଗରିକତ୍ୱ ହାସଲ କରିଥିବା ମୁକେଶ ଅରୋରା ପୁଲିସକୁ କହିଛନ୍ତି ଯେ ସେ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ରହୁଛନ୍ତି। ବିଶୃଙ୍ଖଳା କରିଥିବା ଯୋଗୁଁ ତାଙ୍କୁ ସେନାରୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର