ଆଜମ୍‌ ଖାନ୍‌ଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସରକାର କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଆଜମ୍‌ ଖାନ୍‌ଙ୍କ ବିରୁଦ୍ଧରେ କୋତବାଲିରେ ଏକ ଏତଲା ଦିଆଯାଇଛି। ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି ଯେ ଆଜମ୍‌ ସିୟା ଧର୍ମଗୁରୁ ମୌଲାନା କଲବେ ଜବାଦ୍‌ଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ତାଙ୍କ ପ୍ରତିଷ୍ଠା ଓ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛନ୍ତି। ଥାନାର ଇନସ୍ପେକ୍ଟର ରାଧାରମଣ ସିଂହ କହିଛନ୍ତି ଯେ ଏତଲା ଆଧାରରେ ମାମଲା ତଦନ୍ତ ଚାଲିଛି। ଅଲ୍ଲାମା ଜମୀର ନକ୍‌ଭିଙ୍କ ଅଭିଯୋଗକ୍ରମେ ଆଇପିସି ଧାରା ୫୦୦ ଓ ୫୦୫ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି। ଆଜମ୍‌ ଖାନ୍‌ ଧର୍ମଗୁରୁଙ୍କ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଅଲ୍ଲାମ ଜମୀରଙ୍କ କହିବା ଅନୁଯାୟୀ ଆଜମ୍‌ ଖାନ୍‌ ନିଜର ସରକାରୀ ଲେଟର ପ୍ୟାଡ୍‌ରେ ୨୦୧୪ ଅଗଷ୍ଟ ୪ ତାରିଖରୁ ୨୦୧୪ ଅଗଷ୍ଟ ୧୨ ତାରିଖ ଯାଏଁ ମୌଲାନାଙ୍କ ଉପରେ ଭୁଲ ଅଭିଯୋଗ ଆଣିଥିଲେ। ଆଜମ୍ ଖାନ୍ ଅନେକ ସମୟରେ ଏହି ଧର୍ମଗୁରୁଙ୍କୁ ଆକ୍ଷେପ ବି କରି ବିବାଦୀୟ ବୟାନ୍ ଦେଇ ଆସୁଥିଲେ।

ସମ୍ବନ୍ଧିତ ଖବର