ବିଜେପିରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିୟା

ନିର୍ବାଚନର ତାରିଖ ଯେତେ ଯେତେ ପାଖୋଉଛି, ନେତା ଓ ଅଧିକାରୀମାନଙ୍କର ରାଜନୈତିକ ଦଳରେ ସାମିଲ ହେବା ସେତେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିୟା ଏବଂ ୱାଇଏସଆରସିପିର ନେତା ବରପ୍ରସାଦ ରାଓ ବେଲ୍ଲାପଲ୍ଲୀ ବିଜେପିରେ ସାମିଲ ହେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଏହି ଦୁଇ ନେତା ଆଜି ପଦ୍ମ ଶିବିରରେ ସାମିଲ ହେଇଛନ୍ତି । ଏହି ଅବସରରରେ ବରପ୍ରସାଦ ରାଓ ବେଲ୍ଲାପଲ୍ଲୀ କହିଛନ୍ତି, ବିଜେପିରେ ସାମିଲ ହେବା ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀଙ୍କୁ ପ୍ରଂଶସା କରିବା ସହ, ଏହି କାରଣରୁ ସେ ବିଜେପିରେ ସାମିଲ ହେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେହିପରି ଆରକେଏସ୍ ଭଦୌରିଆ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ଭାରତର ଲୋକଙ୍କୁ ନୂଆ ଆତ୍ମବିଶ୍ୱାସ ମିଳିଛି । ସେନାର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହା ବେଶ ଜରୁରୀ । ମୋଦୀଙ୍କ ନେତୃତ୍ୱରେ ଭାରତ ଅଦ୍ଭୁତପୂର୍ବ ବିକାଶ କରୁଛି ବୋଲି ସେ କହିଛନ୍ତି ।

ଦୁଇ ନେତାଙ୍କୁ ବିଜେପିରେ ସାମିଲ କରାଇ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଓ ବାରା ପ୍ରସାଦ ରାଓଙ୍କୁ ବିଶ୍ୱର ସବୁଠୁ ବଡ ଦଳକୁ ସ୍ୱାଗତ । ସେ କହିଛନ୍ତି, ଯେବେ ବି ସେ ଭଦୌରିଆଙ୍କୁ ବର୍ଦ୍ଦିରେ ଦେଖୁଥିଲେ, ତାଙ୍କୁ ବଡ ଗର୍ବିତ ଅନୁଭବ ହେଉଥିଲା । ସୂଚନାଯୋଗ୍ୟ ଯେ, ଭଦୌରିୟା ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ମୁଖ୍ୟ ଥିଲେ ।

ସମ୍ବନ୍ଧିତ ଖବର