ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ପଳାତକ ଘୋଷଣା କଲେ ଅଦାଲତ

ଶାହଜାହାନପୁର: ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ପାଇଁ ଅଡ଼ୁଆ ପୁଣି ଥରେ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶ ଶାହଜାହାନପୁରର ସାଂସଦ/ବିଧାୟକ ଅଦାଲତ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ମାମଲାରେ ତାଙ୍କୁ ଆଜି ପଳାତକ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଅଦାଲତ ଚିନ୍ମୟାନନ୍ଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା (ୱାରେଣ୍ଟ) ଜାରି କରଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୧ରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଶିଷ୍ୟା ତାଙ୍କୁ ଚୌକ କୋଟୱାଲିରେ ବନ୍ଧକ ରଖି ଦୁଷ୍କର୍ମ କରିଥିବା ନେଇ ଏକ ମାମଲା ଦାୟର କରିଥିଲେ। ଶାହାଜାହାନପୁରର ସାଂସଦ/ବିଧାୟକ ଅଦାଲତରେ ଏହି ମାମଲା ଏବେ ବିଚାରାଧୀନ ଥିବାବେଲେ ଅଦାଲତରେ ହାଜର ହେବା ପାଇଁ ଚିନ୍ମୟାନନ୍ଦଙ୍କୁ ସମନ ପଠାଇଥିଲେ ଅଦାଲତ। କିନ୍ତୁ ଚିନ୍ମୟାନନ୍ଦ ଅଦାଲତରେ କ୍ରମାଗତ ଭାବେ ଅନୁପସ୍ଥିତି ରହିବା ହେତୁ ସାଂସଦ/ବିଧାୟକ ଅଦାଲତ ମଧ୍ୟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଚିନ୍ମୟାନନ୍ଦ ଅଦାଲତରେ ହାଜର ହୋଇ ନଥିଲେ। ଏ ପରିସ୍ଥିତିରେ ତାଙ୍କୁ ଗିରଫ କରି ଅଦାଲତରେ ହାଜର କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ତାଙ୍କ ଓକିଲ ଅଦାଲତରେ ହାଜର ପାଇଁ ଡିସେମ୍ବର ୧୯ ପର୍ଯ୍ୟନ୍ତ ସମୟ ମାଗି ଏକ ଆବେଦନ ଦେଇଥିଲେ, କିନ୍ତୁ ଅଦାଲତ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବଂ ସାଂସଦ/ବିଧାୟକ ଅଦାଲତ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ପଳାତକ ଘୋଷଣା କରିଛନ୍ତ। ଜାନୁଆରି ୧୬, ୨୦୨୩ରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଅସୁବିଧା ପୁଣି ଥରେ ବୃଦ୍ଧି ପାଇଛି ବୋଲି ବିଶ୍ୱାସ କରାଯାଉଛି। କାରଣ, ଯଦି ଚିନ୍ମୟାନନ୍ଦ ଅଦାଲତରେ ହାଜର ନ ହୁଅନ୍ତି, ତେବେ ଧାରା ୮୩ ଅନୁଯାୟୀ ତାଙ୍କ ବିରୋଧରେ ତାଙ୍କର ସଂପତ୍ତି ସଂଲଗ୍ନ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇ ପାରିବ।

ସମ୍ବନ୍ଧିତ ଖବର