ଆମେରିକା ପାଖରେ ନ କାନ୍ଦି ହାଫିଜ୍‌ଙ୍କ ବିରୋଧରେ ପ୍ରମାଣ ଦିଅ: ଭାରତକୁ କହିଲେ ହାଫିଜ୍‌ଙ୍କ ଜ୍ୱାଇଁ

ନୂଆଦିଲ୍ଲୀ: ଆମେରିକା କାନ୍ଧରେ ମଥା ରଖି କାନ୍ଦିବା ପରିବର୍ତ୍ତେ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପ୍ରମାଣ ଦିଅ। ଏ କଥା ଭାରତକୁ କହିଛନ୍ତି ହାଫିଜ୍‌ଙ୍କ ଜ୍ୱାଇଁ ଖଲିଦ ଓ୍ଵାଲୀଦ୍‌।

ଓ୍ଵାଲୀଦ୍‌ କହିଛନ୍ତି: ଭାରତ ଆନ୍ତର୍ଜାତିକ ସ୍ତରରେ କାନ୍ଦୁଛି। ପ୍ରମାଣ ନ ଦେଇ ମୁମ୍ବାଇ ଆକ୍ରମଣର ଟେଲିଭିଜନ୍‌ କ୍ଲିପ୍‌ ଦେଖାଉଛ କାହିଁକି? କେବଳ ଭାରତର ଚାପ ପାଇଁ ଆମେରିକା ହାଫିଜ୍‌ ସଇଦ୍‌ଙ୍କୁ ପୁଣି ଥରେ ଗିରଫ କରିବା କଥା କହିଛି।

ସଇଦ୍‌ଙ୍କ ଉତ୍ତରାଧିକାରୀ ହେଉଛନ୍ତି ଜ୍ୱାଇଁ ଓ୍ଵାଲୀଦ। ଜମ୍ମୁ ଏବଂ କଶ୍ମୀରରେ କେତେକ ଆତଙ୍କବାଦ ଆକ୍ରମଣରେ ସେ ସମ୍ପୃକ୍ତ ଥିବା କଥା ଗୁଇନ୍ଦା ସୂଚନାରୁ ଜଣା ପଡ଼ିଛି। ଆତଙ୍କବାଦୀ ଆଖ୍ୟରୁ ନିଜର ନାମ କଟାଇବାକୁ ହାଫିଜ୍‌ ଜାତିସଂଘକୁ ଆବେଦନ କରିଥିବା କଥା ଓ୍ଵାଲୀଦ ସ୍ପଷ୍ଟ କରିଛନ୍ତି।
୨୦୦୯ରେ ହାଫିଜ୍‌ କରିଥିବା ଏ ଭଳି ଅନ୍ୟ ଏକ ଆବେଦନକୁ ଅଗ୍ରାହ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର