ସରକାରୀ ବ୍ୟାଙ୍କ ସିଇଓ ପଦରେ ୧୦ ବର୍ଷ ରହି‌ହେବ

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କର ଏମ୍‌ଡି ଓ ସିଇଓ ପଦରେ ଜଣେ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିପାରିବେ। ପୂର୍ବରୁ ଏହି ମହଲତ ପାଞ୍ଚ ବର୍ଷ ଥିଲା ଯାହାକୁ ସରକାର ୧୦ ବର୍ଷକୁ ବୃଦ୍ଧି କରିଛନ୍ତି। ପ୍ରତିଭାବାନ ଯୁବ ବ୍ୟାଙ୍କରମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିଇଓ ପଦରେ ଜଣଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଏହା ପରେ ତାଙ୍କ କାର୍ଯ୍ୟକାଳକୁ ଆଉ ୫ ବର୍ଷ ବଢ଼ାଇହେବ। ପରିଚାଳନା ନି‌ର୍ଦେଶକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ ପୂର୍ଣ୍ଣକାଳୀନ ନିର୍ଦେଶକମାନଙ୍କ କାର୍ଯ୍ୟକାଳକୁ ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇହେବ। ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ଫାଇନାନ୍ସିଆଲ ସର୍ଭିସେସ୍ ଇନଷ୍ଟିଚ୍ୟୁସନ୍ସ ବୋର୍ଡ ଚୟନ କରିବା ପରେ ସେମାନଙ୍କ ନାମକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ନିଯୁକ୍ତି ସମ୍ପର୍କିତ କମିଟି ପାଖକୁ ଅନୁମୋଦନ ପାଇଁ ପଠାଇଥାଏ।

ସମ୍ବନ୍ଧିତ ଖବର