ଭୁବନେଶ୍ବର ସମେତ ୪ଟି ସହରରେ ମୁତୟନ ହେବ କୋଷ୍ଟଗାର୍ଡର ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମିତ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ଏଏଲଏଚ) ମାକ୍-୩ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ରେ ସାମିଲ ହୋଇଛି । ଏହି ହେଲିକାପ୍ଟରଗୁଡ଼ିକ ସାମିଲ ହେବା ପରେ କୋଷ୍ଟଗାର୍ଡର ଆଭିଏସନ ସ୍କ୍ବାର୍ଡନର ଶକ୍ତି ଆହୁରି ବୃଦ୍ଧି ପାଇବ ।
ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ୟ୍ୟକ୍ରମରେ ଏସବୁ ହେଲିକାପ୍ଟରଗୁଡ଼ିକୁ ସାମିଲ କରାଯାଇଥିଲା । ଏହି ଅବସରରେ ହାଲ ଓ କୋଷ୍ଟଗାର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏସବୁ ହେଲିକାପ୍ଟରଗୁଡ଼ିକୁ ଭୁବନେଶ୍ବର, ପୋରବନ୍ଦର, ଚେନ୍ନାଇ ଓ କୋଚିରେ ରଖାଯିବ । ଏସବୁ ରାଜ୍ୟରେ ଉପକୂଳ ନିରାପତ୍ତା ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏହାଛଡ଼ା ପ୍ରାକୃତିକ ବିପର୍ୟ୍ୟୟ ଓ ଜରୁରୀକାଳୀନ ଆବଶ୍ୟକତା ବେଳେ ଏଗୁଡ଼ିକ ସହାୟକ ହୋଇପାରିବ ।
ହାଲ ପକ୍ଷରୁ କୁହାଯ଼ାଇଛି ଯେ ଏହି ହେଲିକପ୍ଟରଗୁଡ଼ିକରେ ମେସିନ ଗନ, ସର୍ଭେଲାନ୍ସ ରାଡାର, ସର୍ଚ୍ଚ ଲାଇଟ୍, ଲାଉଡ ହୋମର ଆଦି ଉପକରଣ ରହିଛି । ଏହା ଉଭୟ ସାମରିକ, ପ୍ରହରା ଓ ସହାୟତାମୂଳକ କାର୍ୟ୍ୟ କରିପାରିବ ।

ସମ୍ବନ୍ଧିତ ଖବର