ହଜ୍ ଯାତ୍ରା ଉପରେ କଟକଣା ଲଗାଇଲା ସାଉଦି ଆରବ: କେବଳ ୬୦ ହଜାର ସ୍ଥାନୀୟ ଲୋକ କରିପାରିବେ ହଜ୍ ଯାତ୍ରା

ନୂଆଦିଲ୍ଲୀ: ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ମିଳିଲା ଅନୁମତି | ଏନେଇ ଆଜି ସାଉଦି ଆରବ ପକ୍ଷରୁ କୁହାଯାଇଛି | କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କ ଅନୁମତି ମିଳିବ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ସାଉଦି ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରାଳୟ ବୟାନ ଜାରି କରିଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷର ଲୋକ ଭାଗ ନେଇପାରିବେ । ହଜ୍ ଯାତ୍ରା ପାଇଁ ଇଛୁକ ସ୍ଥାନୀୟ ବ୍ୟକ୍ତି ଟିକା ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସାଉଦି ଆରବ ସରକାର ହଜଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଦେଶର ସୁରକ୍ଷା ବାବଦରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛି ।

Hajj 2019 Yatra Details Mukhtar Abbas Naqvi - हज-2019 की घोषणा जल्द ही,  जानिए बिना सब्सिडी वाली हज यात्रा का पूरा खर्च
NDTV.in

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ହଜ୍ ଯାତ୍ରାରେ ପାଖାପାଖି ୨୦ ଲକ୍ଷ ଲୋକଙ୍କର ସମାଗମ ଦେଖିବାକୁ ମିଳିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଏଥିରେ କିଛି କଟକଣା ଲଗାଯାଇଛି | କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ହଜ୍ ଯାତ୍ରାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ କହିଛନ୍ତି କି ହଜ୍ ଯାତ୍ରାକୁ ନେଇ ସାଉଦି ଆରବ ସରକାର ଯାହା ନିଷ୍ପତ୍ତି କରିବେ ତାହା ସହ ଭାରତ ସରକାର ସହମତ ହେବେ ।

ସୂଚନା ଥାଉକି ଏହାପୂର୍ବରୁ ସାଉଦି ଆରବ ସରକାର ଘୋଷଣା କରିଥିଲେ କି ଚଳିତବର୍ଷ ସାରା ବିଶ୍ୱରୁ ମାତ୍ର ୬୦ ହଜାର ଲୋକଙ୍କୁ ହଜଯାତ୍ରା ପାଇଁ ଅନୁମତି ମିଳିବ । ସେମାନଙ୍କ ମଧ୍ୟରୁ କେବଳ ସାଉଦି ଆରବର ୧୫ ହଜାର ଲୋକ ସାମିଲ ହେବେ ଓ ବାହାର ଦେଶରୁ ୪୫ ହଜାର ଲୋକ ସାମିଲ ହୋଇପାରିବେ । ହେଲେ ଏବେ ନିର୍ଦ୍ଦେଶ ଜାରି କରି କୁହାଯାଇଛି କି କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ମିଳିବ ।

ସମ୍ବନ୍ଧିତ ଖବର