ଆସନ୍ତା ୪-୫ ବର୍ଷରେ ଭାରତ ହାଇପରସୋନିକ କ୍ରୁଜ ମିସାଇଲ ସିଷ୍ଟମ ନିର୍ମାଣରେ ସକ୍ଷମ ହେବ : ଡିଆରଡିଓ

ନୂଆଦିଲ୍ଲୀ : ଭାରତର ପ୍ରମୁଖ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪-୫ ବର୍ଷରେ ଭାରତ ଏକ ସମ୍ପୂର୍ଣ୍ଣ ହାଇପରସୋନିକ କ୍ରୁଜ ମିସାଇଲ ସିଷ୍ଟମର ବିକାଶ କରିପାରିବ । ଏସବୁ ମିସାଇଲ ବ୍ରହ୍ମୋସ ମିସାଇଲର ଦୁଇଗୁଣ ବେଗରେ ଗତି କରି ନିଜର ଟାର୍ଗେଟକୁ ଧ୍ୱଂସ କରିବ ବୋଲି ଡିଆରଡିଓ କହିଛି ।

ଡିଆରଡିଓ ଗତ ସେପ୍ଟେମ୍ବର ୭ ତାରିଖରେ ହାଇପରସୋନିକ ଟେକନଲୋଜୀ ଡେମନଷ୍ଟ୍ରେଟର ଭେହିକ୍ଲର ସଫଳର ପରୀକ୍ଷଣ କରିଥିଲା । ଏହି ଟେକନଲୋଜୀକୁ ବ୍ୟବହାର କରି ଭାରତ ହାଇପରସୋନିକ କ୍ରୁଜ ମିସାଇଲ ନିର୍ମାଣ କରିପାରିବ ।

Giant leap in indigenous defence technologies: DRDO successfully tests Hypersonic  Technology Demonstrator Vehicle - The Financial Express

ଏ ସମ୍ପର୍କରେ ଡିଆରଡିଓର ମୁଖ୍ୟ ଜି.ସତୀଶ ରେଡ୍ଡୀ କହିଛନ୍ତି ଯେ କ୍ରୁଜ ମିସାଇଲ ଗୁଡ଼ିକ ସାଧାରଣତଃ କମ ଉଚ୍ଚତାରେ ଗତି କରିଥାଏ । ବେଗ ଅନୁସାରେ ସେଗୁଡ଼ିକୁ ସବସୋନିକ, ସୁପରସୋନିକ ଓ ହାଇପରସୋନିକ କ୍ରୁଜ ମିସାଇଲରେ ବିଭକ୍ତ କରାଯାଇଛି । ହାଇପରସୋନିକ କ୍ରୁଜ ମିସାଇଲଗୁଡ଼ିକ ସୁପରସୋନିକ କ୍ରୁଜ ମିସାଇଲଠାରୁ ଅଧିକ ବେଗରେ ଗତି କରିଥାଏ । ସେଗୁଡ଼ିକ ଶବ୍ଦର ଗତିଠାରୁ ୭-୮ ଗୁଣ ବେଗରେ ଗତି କରିଥାଏ ।
ସେ କହିଛନ୍ତି ଯେ ହାଇପରସୋନିକ ଭେହିକ୍ଲରେ ଡିଆରଡିଓ ପକ୍ଷରୁ ସ୍କ୍ରାମଜେଟ ଇଂଜିନ ବ୍ୟବହାର କରାଯାଉଛି । ଏହା ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ କରି ଜଳାଇଥାଏ । ଭାରତ ଓ ଋଷ ଦ୍ୱାରା ମିଳିତ ଭାବରେ ବିକାଶ କରାଯାଇଥିବା ବ୍ରହ୍ମୋସ ହେଉଛି ବିଶ୍ୱର ଦ୍ରୁତତମ କ୍ରୁଜ ମିସାଇଲ ।

ସମ୍ବନ୍ଧିତ ଖବର