ହଟ୍‌ ସ୍ପ୍ରିଙ୍ଗ୍‌ରୁ ଚୀନ୍‌ର ସୈନ୍ୟ ହଟାଇବା ପ୍ରସ୍ତାବକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଦୁଇ ବର୍ଷ ହେଲା ପାଟ୍ରୋଲିଙ୍ଗ୍ ପଏଣ୍ଟ ୧୫ (ପିପି୧୫) ଅଞ୍ଚଳରେ ଚୀନ୍ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଭାରତ ସେଠାରୁ ପିପି୧୬ ଓ ପିପି୧୭ ମଧ୍ୟରେ ଥିବା କରମ ସିଂହ ପୋଷ୍ଟକୁ ସୈନ୍ୟ ହଟାଇ ନେଉ ବୋଲି ଚୀନ୍ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଯେତେବେଳେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ଗତମାସରେ ଭାରତ ଗସ୍ତରେ ଆସିଥିଲେ ସେତେବେଳେ ବେଜିଂ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ଥିବା ପାଟ୍ରୋଲିଙ୍ଗ୍ ପଏଣ୍ଟ ୧୫ରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।

ସମ୍ବନ୍ଧିତ ଖବର