୪ଟି ଗରିବ ଦେଶର ଲୋକଙ୍କ ପେଟକୁ ଦାନା ଯୋଗାଇବ ଭାରତ

ନୂଆଦିଲ୍ଲୀ : ୪ଟି ଗରିବ ଦେଶର ଲୋକଙ୍କ ପେଟକୁ ଦାନା ଯୋଗାଇବ ଭାରତ । ଏହି ୪ଟି ଦେଶ ହେଲେ ଆଫଗାନିସ୍ତାନ, ଇଥିଓପିଆ, ସିରିଆ ଓ ୟେମେନ । ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) ଅଧିନରେ ଏସବୁ ଦେଶଙ୍କୁ ଚାଉଳ ଓ ଗହମ ପଠାଇବ ଭାରତ ।

କେନ୍ଦ୍ର ସରକାରଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସବୁ ଦେଶଙ୍କୁ ଖାଦ୍ୟାନ୍ନ ପଠାଇବାକୁ ଗତ ଫେବ୍ରୁଆରି ମାସରେ ଭାରତ ସରକାର ଡବ୍ଲୁଏଫପି ସହ ଏକ ଚୁକ୍ତି କରିଛନ୍ତି । ମୂଳ ଚୁକ୍ତି ଅନୁସାରେ  ଭାରତ ୨ ଲକ୍ଷ ଟନ ଗହମ ଓ ଚାଉଳ ( ୧.୯ ଲକ୍ଷ ଟନ ଗହମ ଓ ୦.୧ ଲକ୍ଷ ଟନ ଚାଉଳ) ଯୋଗାଇଥାନ୍ତା । ପରେ ଏହି ପରିମାଣକୁ ଆହୁରି ବୃଦ୍ଧି କରାଯାଇଛି ।

ଭାରତ ସରକାର ଏଫସିଆଇ ଦ୍ବାରା ପରିଚାଳିତ ନିଜର କେନ୍ଦ୍ରୀୟ ଶସ୍ୟ ଭଣ୍ଡାରରୁ ଏସବୁ ଚାଉଳ ଓ ଗହମ ଯୋଗାଇବେ । ଏହା ଦ୍ବାରା ଏସବୁ ଦେଶଙ୍କ ସହ ଭାରତର ସଂମ୍ପର୍କ ସୁଦୃଢ ହୋଇପାରିବ । ଏହା ସହିତ ଦେଶର ବଳକା ଚାଉଳ ଓ ଗହମର ଭଣ୍ଡାରଣ ଓ ରକ୍ଷଣାବେକ୍ଷଣ ବାବଦ ଖର୍ଚ୍ଚ ବଞ୍ଚିଯିବ । ଭାରତ ନିଜ ଆବଶ୍ୟକତାଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିଥାଏ । ଅନେକ ସମୟରେ ବଳକା ଶସ୍ୟ ରଖିବାକୁ ସ୍ଥାନ ନଥିବାରୁ ବାହାରେ ରହି ନଷ୍ଟ ହୋଇଥାଏ । ଏଣୁ ଏହି ପଦକ୍ଷେପ ଦ୍ବାରା ଖାଦ୍ୟ ଶସ୍ୟ୍ ନଷ୍ଟ ହେବାର ସମସ୍ୟା ରହିବ ନାହିଁ ।

ସମ୍ବନ୍ଧିତ ଖବର