ଦିନେ କୋଟି କୋଟି ଟଙ୍କା ଥିଲା, ଶେଷବେଳକୁ ଘର-ଗାଡି ସବୁ ବିକିଥିଲେ: ବଲିଉଡର ଏସବୁ ଅଭିନେତା/ଅଭିନେତ୍ରୀଙ୍କୁ ଜାଣନ୍ତି କି?

ମୁମ୍ବାଇ: ମାୟାନଗରୀ ମୁମ୍ବାଇ | ଆଉ କୁହାଯାଏ ଏଠି ଯିଏ ପାଦ ଦିଏ ଷ୍ଟାର ପାଲଟିଯାଏ | ବଲିଉଡର ଚକାଚକ ଦୁନିଆରେ ଯେଉଁମାନେ ପାଦ ଦିଅନ୍ତି ସେମାନେ ପ୍ରସିଦ୍ଧି ଲାଭ କରନ୍ତି ଆଉ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଯାନ୍ତି | ତେବେ ବଲିଉଡର ଦୁନିଆ ଯେତେ ଚମକପ୍ରଦ ଦେଖାଯାଇଥାଏ, ସେତେ ଅଧିକ ଯନ୍ତ୍ରଣା ମଧ୍ୟ ଲୁଚି ରହିଥାଏ | ଆଜି ଆମେ ଆପଣଙ୍କୁ ଏମିତି କିଛି ତାରକା ଅଭିନେତା/ଅଭିନେତ୍ରୀଙ୍କ ବାବଦରେ କହିବୁ, ଯେଉଁମାନେ ଦିନେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ ବି ଶେଷବେଳକୁ ତାଙ୍କୁ ବିଳାସମୟ ଘର ସହ ଦାମୀ ଗାଡି ମଧ୍ୟ ବିକିବାକୁ ପଡିଥିଲା |

ଭଗବାନ ଦାଦା
ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ଭଗବାନ୍ ଦାଦା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଫଳ ହୋଇଥିଲେ | କିନ୍ତୁ ତା’ପରେ ଅନେକ ଚଳଚ୍ଚିତ୍ରର ଫ୍ଲପ୍ ପରେ ଭଗବାନ୍ ଦାଦାଙ୍କ ପାଖରେ ଆଉ କିଛି ନଥିଲା | କେବଳ ଏତିକି ନୁହେଁ, ସେ ଜୁହୁରେ ନିଜର ୨୫ ବଖରା ଘର ମଧ୍ୟ ବିକ୍ରି କରିଥିଲେ | ଏକ ବଡ ଘରେ ରହୁଥିବା ଭଗବାନ୍ ଦାଦା ପରେ ଏକ ବସ୍ତିରେ ରହିବାକୁ ବାଧ୍ୟ ହୋଇଥିଲେ |

ଭାରତ ଭୂଷଣ
ହିନ୍ଦୀ ସିନେମାର ଭେଟେରାନ ତଥା ସ୍ମାର୍ଟ ଅଭିନେତା ଭାରତ ଭୂଷଣ ତାଙ୍କ କ୍ୟାରିୟର ଆରମ୍ଭରେ ଅନେକ ପ୍ରଶଂସା ଲାଭ କରିଥିଲେ | ତେବେ ଭାରତ ଜୀବନରେ ବହୁତ କଷ୍ଟଦାୟକ ସମୟ ମଧ୍ୟ ଦେଖିବାକୁ ପାଇଥିଲେ ଏବଂ ପରେ ଧୀରେ ଧୀରେ ତାଙ୍କର ସମସ୍ତ ଗାଡିକୁ ବିକି ଦେଇଥିଲେ | ଶେଷ ସମୟରେ ମଧ୍ୟ ଭାରତ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ।

ଭିମି
ଭିମି ୭୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ | ହମରାଜ ଏବଂ ପତଙ୍ଗ ପରି ହିଟ୍ ଫିଲ୍ମରେ ଅଭିନୟ କରିଥିବା ଭିମି ଚଳଚ୍ଚିତ୍ରରୁ ବହୁତ ରୋଜଗାର କରୁଥିଲେ | କିନ୍ତୁ ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ତାଙ୍କ ଜୀବନ ବଦଳିଯାଇଥିଲା । ସେ ଡିପ୍ରେସନକୁ ଚାଲିଯାଇଥିଲେ ଏବଂ ପରେ ମଦ୍ୟପାନ କରିଥିଲେ | କେବଳ ଏତିକି ନୁହେଁ, ଏହା ମଧ୍ୟ କୁହାଯାଏ ଯେ ଯେତେବେଳେ ତାଙ୍କର ମୃତ୍ୟୁ ହେଲା, ତାଙ୍କ ମୃତଦେହକୁ ମଶାଣୀକୁ ନେବାକୁ ବି ତାଙ୍କ ପରିବାର ପାଖରେ ଟଙ୍କା ନ ଥିଲା |

ସମ୍ବନ୍ଧିତ ଖବର