ଫେବ୍ରୁଆରି ୧ରେ ଉପସ୍ଥାପନ ହେବ କାମଚଳା ବଜେଟ୍

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ଏକ କାମଚଳା ବଜେଟ ଉପସ୍ଥାପନ କରିବେ । ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।

ଲୋକସଭା ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ୍ ଆସୁଥିବାରୁ ଏହି ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିବ। କାରଣ ସରକାର ଭୋଟରଙ୍କୁ ଆକୃଷ୍ଟ କରିବାକୁ କେତେକ ଲୋଭନୀୟ ଘୋଷଣା କରିପାରନ୍ତି । ଆୟକର ସୀମା ବଢିପାରେ । ଅନ୍ତରୀଣ ବଜେଟରେ କୃଷକମାନଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧିକୁ ଦୁଇଗୁଣା କରିବାକୁ ପ୍ରସ୍ତାବ ଆସିପାରେ । ଖାଲି ସେତିକି ନୁହେଁ, ମହିଳାଙ୍କୁ ନେଇ ମଧ୍ୟ କିଛି ବଡ ଘୋଷଣା ହୋଇପାରେ ।

 

ସମ୍ବନ୍ଧିତ ଖବର