ଇସ୍ତଫା ଦେଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବରାଡକର, ବିଶ୍ବର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ଥିଲେ

ଡବଲିନ : ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରାଡକର ହଠାତ୍ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ବୁଧବାର ଇସ୍ତଫା ଘୋଷଣା କରିବା ବେଳେ ବରାଡକର ତାଙ୍କ ନିଷ୍ପତ୍ତି ପଛରେ ବ୍ୟକ୍ତିଗତ ଓ ରାଜନୈତିକ କାରଣ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ସହିତ ତାଙ୍କୁ ଫାଇନ୍ ଗେଲ୍ ପାର୍ଟିର ନେତା ଭାବରେ ମଧ୍ୟ ତାଙ୍କର ଭୂମିକା ଛାଡ଼ିବାକୁ ପଡ଼ିବ। ୨୦୧୭ରେ ବରାଡକର ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ, ଯିଏ କି ବିଶ୍ୱର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ ।

ତିନି ଦଳୀୟ ମେଣ୍ଟ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଥିବା ବରାଡକର ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଇସ୍ତଫା ପରେ କୌଣସି ସାଧାରଣ ନିର୍ବାଚନ ହେବ ନାହିଁ, ତାଙ୍କ ସ୍ଥାନରେ ଫାଇନ୍ ଗେଲ୍ ଦଳର ଅନ୍ୟ ଜଣେ ନେତାଙ୍କୁ ଦାୟିତ୍ୱ ଦିଆଯିବ, ଯାହା ଏପ୍ରିଲ ପ୍ରାରମ୍ଭରେ ସ୍ଥିର ହେବ। ଆଇରିଶ ସମ୍ବିଧାନରେ ପ୍ରସ୍ତାବିତ ପରିବର୍ତ୍ତନ କୁ ନେଇ ଦୁଇଟି ଜନମତରେ ସରକାର ଶୋଚନୀୟ ପରାଜୟର ସମ୍ମୁଖୀନ ହେବା ପରେ ବରାଡକର ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି।

ପଦରୁ ଇସ୍ତଫା ଘୋଷଣା କରିବା ସମୟରେ ବରାଡକର କହିଛନ୍ତି, ରାଜନୀତିରେ ବିତାଇଥିବା ମୋର ସମୟ ସନ୍ତୋଷଜନକ ଥିଲା, ମୁଁ ଭାବୁଛି ମୋ ବଦଳରେ ଯେଉଁ ନେତୃତ୍ୱ ଆସିବ ସେ ଦେଶକୁ ଆଗକୁ ନେବ। ସାତ ବର୍ଷ ଶାସନ କରିବା ପରେ ମୁଁ ଆଉ ସେହି ପଦ ପାଇଁ ଉପଯୁକ୍ତ ମନେ କରୁନାହିଁ।

 

ସମ୍ବନ୍ଧିତ ଖବର