କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜେଏନ୍‌ ଗଣେଶ ଦଳରୁ ବିହଷ୍କୃତ; ନିଜ ଦଳର ବିଧାୟକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା

ବେଙ୍ଗାଲୁରୁ: କଂଗ୍ରେସ ବିଧାୟକ ଜେଏନ୍‌ ଗଣେଶଙ୍କୁ ଆଜି ସନ୍ଧ୍ୟାରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦୀନେଶ ଗୁଣ୍ଡୁ ରାଓ ଦଳରୁ ବହିଷ୍କାର କରିଛନ୍ତି। କଂଗ୍ରେସର ଅନ୍ୟ ଜଣେ ବିଧାୟକ ଆନନ୍ଦ ସିଂହଙ୍କୁ ମାଡ଼ ମାରି ଆହତ କରିବା ଘଟଣାରେ ଆନନ୍ଦ ସିଂହ ବିଧାୟକ ଗଣେଶଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦଳରୁ ତାଙ୍କୁ ବହିଷ୍କାର କରାଯାଇଥିବା ଜାଣିବାକୁ ମିଳିଛି।


ଏଥିସହ ଗୋଆର ଏକ ରିସୋର୍ଟରେ ଏହି ଦୁଇ ବିଧାୟକଙ୍କ ମଧ୍ୟରେ ଘଟିଥିବା ମାଡ଼ଗୋଳ ଘଟଣାର ତଦନ୍ତ ପାଇଁ ମଧ୍ୟ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି ତିନି ଜଣିଆ ତଦନ୍ତ କମିଟିର ମୁଖ୍ୟ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରହିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଗୋଆ ଉପକଣ୍ଠରେ ଥିବା ଗଲଫ୍‌ ରିସୋର୍ଟରେ କଂଗ୍ରେସ ବିଧାୟକ ଦଳର ଯେଉଁ ବୈଠକ ଆୟୋଜନ କରା ଯାଇଥିଲା ସେଠାରେ କଂଗ୍ରେସର ଏହି ଦୁଇ ବିଧାୟକଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା।

ସମ୍ବନ୍ଧିତ ଖବର