ଭୁବନେଶ୍ୱର ଏମ୍ସର କଶ୍ମିରୀ ଛାତ୍ର ନିଖୋଜ ଘଟଣା : ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍‌

ନୂଆଦିଲ୍ଲୀ : ଭୁବନେଶ୍ୱର ଏମ୍ସର କଶ୍ମିରୀ ଛାତ୍ର ସୋହେଲ ଆଇଜାଦ୍‌କୁ ଖୋଜିବା ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ୍‌ର ତିନିଜଣିଆ ଟିମ୍‌ ଦିଲ୍ଲୀ, ଗୁଡ଼ଗାଓଁ ଓ ନୋଏଡ଼ାରେ ଖୋଳତାଡ଼ ଆରମ୍ଭ କରିଛି। ଏହି ଟିମ୍‌ ଗୁଡ଼ଗାଓଁର ସେକ୍ଟର-୪୪ ମାର୍କେଟ କମ୍ପ୍ଲେକ୍ସ, ଜମ୍ମୁ-କଶ୍ମୀର ବ୍ୟାଙ୍କ ଅଞ୍ଚଳ, ହୁଦା ସିଟି ସେଣ୍ଟର ଆଦି ଅଞ୍ଚଳକୁ ଯାଇ ପଚରାଉଚୁରା କରୁଥିବା ବେଳେ ସେସବୁ ଅନ୍ଧାରରେ ବାଡ଼ି ବୁଲାଇବା ସଦୃଶ ହୋଇଛି। କମିସନରେଟ ପୁଲିସ୍‌ ସୋହେଲର ଫଟୋ ଦେଖାଇ ଲୋକଙ୍କୁ ଚିହ୍ନିବା ପାଇଁ କହୁଥିବା ବେଳେ ଏଯାବତ୍‌ କୌଣସି ସୁରାକ୍‌ ମିଳିପାରିନାହିଁ। ସେପଟେ ଗୁଡ଼ଗାଓଁ ସେକ୍ଟର ୪୪ ମାର୍କେଟ ନିକଟରେ କିଛି ଲୋକ ସୋହେଲ ଭଳି ଦିଶୁଥିବା ଯୁବକକୁ ଦେଖିଥିବା କହିଛନ୍ତି ବୋଲି ଜଣେ ଅନୁସନ୍ଧାନକାରୀ ପୁଲିସ୍‌ କହିଛନ୍ତି। ଏହି ଟିମ୍‌ ଦୁଇଦିନ ମଧ୍ୟରେ ଗୁଡ଼ଗାଓଁର ସମସ୍ତ ମେଟ୍ରୋ ଷ୍ଟେସନରେ ସୋହେଲ ନିଖୋଜ ଘଟଣାର ତଦନ୍ତ କରିବାକୁ ଥିବା ବେଳେ ଜମ୍ମୁ-କଶ୍ମୀର ବ୍ୟାଙ୍କର ସୁରକ୍ଷା କର୍ମୀ ରାହୁଲକୁ ସୋମବାର ଜେରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର