ବିଶ୍ବରେ ପ୍ରଥମ, ଉଦ୍ଭିଦରୁ ମଣିଷ ଶରୀରକୁ ଆସିଲା ସଂକ୍ରମଣ

କୋଲକାତା : ସମଗ୍ର ବିଶ୍ବରେ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଏବେ ବି ରହସ୍ୟ ହଟିନାହିଁ । ସଂଦେହ କରାଯାଉଛି ଯେ ବାହୁଡ଼ି ଶରୀରରୁ ଏହି ଭୁତାଣୁ ମଣିଷ ଶରୀରକୁ ଆସିଛି । ଏବେ ଆଉ ଏକ ରହସ୍ୟମୟ ସଂକ୍ରମଣ କଥା ଜଣାପଡ଼ିଛି । ତାହା ହେଉଛି ଉଦ୍ଭିଦରୁ  ସଂକ୍ରମଣ ମଣିଷ ଶରୀରକୁ ଯାଇଛି । ତାହା ପୁଣି ଭାରତର ଜଣେ ଗବେଷକଙ୍କୁ ସଂକ୍ରମିତ କରିଛି ।

କୋଲକାତାର ଜଣେ ୬୧ ବର୍ଷୀୟ ଜଣେ ବୈଜ୍ଞାନିକ ଛତୁ, କବକ ଆଦି ଉପରେ ବିଗତ ଅନେକ ବର୍ଷ ଧରି ଗବେଷଣା କରିଆସୁଥିଲେ । କିନ୍ତୁ ଏକ ବିଷାକ୍ତ ଛତୁ ଦ୍ବାରା ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏକ ଉଦ୍ଭିଦରୁ ମଣିଷକୁ ସଂକ୍ରମଣ ଆସିବାର ଏକ ସମଗ୍ର ବିଶ୍ବରେ ଏକ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ସେ ପ୍ଲାଣ୍ଟ ଫଙ୍ଗସ ଉପରେ ଗବେଷଣା କରୁଥିବାବେଳେ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି । ଏହି ଫଙ୍ଗସ ଫସଲକୁ ସଂକ୍ରମିତ କଲେ ଫସଲ ପତ୍ର ଧଳାପଡ଼ିଯାଏ ଓ ଧୀରେ ଧୀରେ ନଷ୍ଟ ହୋଇଯାଏ । କିନ୍ତୁ ଏହି ସଂକ୍ରମଣ ଉକ୍ତ ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ପରେ ତାଙ୍କଠାରେ ନିୟମିତ କାଶ, ତଣ୍ଟିରେ ଦରଜ ଓ ଫୁଲିଯିବା, ଖାଦ୍ୟଗିଳିବାରେ ସମସ୍ୟା, ହାଲିଆ ଲାଗିବା ଆଦି ଦେଖାଯାଇଥିଲା । ସେ ଆପୋଲୋ ହସପିଟାଲରେ ଚିକିତ୍ସିତ ହେବା ପରେ ଏବ ଆରୋଗ୍ୟ ହୋଇଛନ୍ତି । ତେବେ ଏହି ସଂକ୍ରମଣ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

ସମ୍ବନ୍ଧିତ ଖବର