ମଧ୍ୟରାତ୍ରିରେ ପ୍ରଧାନଶିକ୍ଷକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତ ରଗଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛବିଳ ମହାକୁଡଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସେ ଗତକାଲି ପଡୋଶୀ ସନ୍ତେଇଭଞ୍ଜ ଗ୍ରାମରେ ହିଙ୍ଗୁଳା ପର୍ବ ଦେଖି ଘରକୁ ଫେରିଲା ପରେ ବିଳମ୍ବିତ ରାତିରେ ବିଦ୍ୟାଳୟ କୋଠରୀରେ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ଟାଣି ନେଇ ସ୍କୁଲ ନିକଟସ୍ଥ ଗଛମୂଳରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ଗୋଡ଼କୁ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ‌ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ଡାକ୍ତର କଟକ ବଡ଼ଡ଼ାକ୍ତରଖାନାକୁ ରେଫର କରିଥିଲେ। ତେବେ କିଏ କାହିଁକି ଆକ୍ରମଣ କରିଛି। କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡି ନାହିଁ। ଖବର ପାଇ ପୁଲିସ ଅନୁସନ୍ଧାନ ଆରମ୍ଭ କରିିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର