ଜାମନଗରରେ ପହଞ୍ଚିଲେ ମାର୍କ ଜୁକରବର୍ଗ, ଅନନ୍ତ ଅମ୍ବାନିଙ୍କ ପ୍ରାକ-ବିବାହ ସମାରୋହରେ ଯୋଗଦେବେ

ଜାମନଗର: ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଜୁଲାଇ ୧୨ରେ ସେମାନଙ୍କ ବିବାହ ଅଛି, କିନ୍ତୁ ଏହା ପୂର୍ବରୁ ମାର୍ଚ୍ଚ ୧ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଜାମନଗରରେ ପ୍ରି-ୱେଡିଂର ଭବ୍ୟ ସେଲିବ୍ରେସନ୍ ଚାଲିଛି। ଏହି ପ୍ରି-ୱେଡିଂରେ ବଲିଉଡଠାରୁ ଆରମ୍ଭ କରି ବ୍ୟବସାୟ ଜଗତର ସମସ୍ତ ସେଲିବ୍ରିଟି ପହଞ୍ଚିବାରେ ଲାଗିଛନ୍ତି ।

ଏହି କ୍ରମରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଜାମନଗରରେ ପହଞ୍ଚିଛନ୍ତି । ସେ ନିଜର ପତ୍ନୀ ପ୍ରିସିଲିଆ ଚାନଙ୍କ ସହ ଆସିଛନ୍ତି । ମାର୍କ ଏବଂ ତାଙ୍କ ପତ୍ନୀ ପ୍ରିସିଲିଆଙ୍କୁ ଜାମନଗର ବିମାନବନ୍ଦରରେ ଗୁଜରାଟୀ ରୀତିନୀତି ସହିତ ସ୍ୱାଗତ କରାଯାଇଥିଲା, ଯାହା ଦମ୍ପତିଙ୍କୁ ବହୁତ ଖୁସି କରିଥିଲା । ବିଶେଷକରି ପାରମ୍ପରିକ ରୀତି ଅନୁସାରେ ସେମାନଙ୍କୁ ଫୁଲହାର ପିନ୍ଧାଇ ସ୍ବାଗତ କରାଯାଇଥିଲା ।

ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ତାରକା ପପ୍ ଗାୟିକା ରିହାନା ତାଙ୍କ ଟିମ୍ ସହ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂରେ ପହଞ୍ଚିଥିଛନ୍ତି । ଏମାନଙ୍କ ବ୍ୟତୀତ ଏହି ସମାରୋହରେ ବିଲ୍ ଗେଟ୍ସ, ଭିଭି ନେଭୋ, ସୁନ୍ଦର ପିଚାଇଙ୍କ ଭଳି ସେଲିବ୍ରିଟି ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି। ସେହିପରି ବଲିଉଡରୁ ଶାହରୁଖ ଖାଁ, ସଲମନ ଖାଁ, ରଣବୀର କପୁର ଓ ଆଲିଆ ଭଟ୍ଟ, କରିନା କପୁର ଆଦି ତାରକା ପହଞ୍ଚିଛନ୍ତି ।

ସମ୍ବନ୍ଧିତ ଖବର