ମୋଦୀଙ୍କୁ ହିଟ୍‌ଲରଙ୍କ ସହ ତୁଳନା ପ୍ରସଙ୍ଗ:କଂଗ୍ରେସକୁ ଘେରିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିଟ୍‌ଲର୍‌ଙ୍କ ସହ ତୁଳନା କରିବା ପରେ ବିଜେପି ଆଜି ଦଳକୁ ଟାର୍ଗେଟ୍‌ କରି ସମାଲୋଚନା କରିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସକୁ ଭର୍ତ୍ସନା କରି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେପକାଇବାକୁ ପରାମର୍ଶ ଦେଇଛନ୍ତି। ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ହିଟ୍‌ଲର୍‌ଙ୍କ ସହ ତୁଳନା କରିବା ନିହାତି ପରିତାପର ବିଷୟ। ତେବେ ମୁଁ ଖଡ଼ଗେଙ୍କୁ ମନେପକାଇ ଦେଉଛି ଯେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ହିଟ୍‌ଲର୍‌ଙ୍କ ଭଳି ଶାସନ ଚଳାଉଥିଲେ। ତାଙ୍କ କଥାରେ କଂଗ୍ରେସ ନେତାମାନେ କାମ କରୁଥିଲେ। ଖଡ଼‌ଗେ ଏବେ ଗୋଟିଏ ପରିବାରର ଅନୁମତି ବିନା ଇଞ୍ଚେ ବି ହଲିପାରିବେ ନାହିଁ ବୋଲି ରବିଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର