କୁମାରସ୍ବାମୀଙ୍କ ଅଭିଯୋଗ: ଶିବକୁମାର ୨୫ହଜାର ପେନ୍‌ଡ୍ରାଇଭ ବାଣ୍ଟିଛନ୍ତି

ନୂଆଦିଲ୍ଲୀ: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁତୁରା ପ୍ରଜ୍ବଳ ରେବନ୍ନାଙ୍କ ଦ୍ବାରା ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଯେଉଁସବୁ ଭିଡିଓ ଭାଇରାଲ୍‌ ହୋଇଥିଲା ସେହି ଭିଡିଓଗୁଡ଼ିକୁ ୨୫ ହଜାରରୁ ଅଧିକ ପେନ୍‌ଡ୍ରାଇଭରେ ବଣ୍ଟାଯାଇଛି। ପୁଲିସ ଅଫିସରଙ୍କ ସହାୟତାରେ ପେନ୍‌ଡ୍ରାଇଭଗୁଡ଼ିକୁ ରାଜ୍ୟବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବଣ୍ଟାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କୁ ଦାୟୀ କରିଛନ୍ତି।

କୁମାରସ୍ବାମୀ କହିଛନ୍ତି, ପେନଡ୍ରାଇଭ୍‌ଗୁଡ଼ିକ କେବଳ ହାସନରେ ବଣ୍ଟାଯାଇଥିବା ପ୍ରଥମେ କୁହାଯାଉଥଇଲା, କିନ୍ତୁ ଏହା ରାଜ୍ୟସାରା ବଣ୍ଟାଯାଇଛି। ଏପ୍ରିଲ ୨୧ ତାରିଖରେ ଏହି ପେନ୍‌ଡ୍ରାଇଭ ଗୁଡ଼ିକ ବଣ୍ଟାଯାଇଥିଲା ବୋଲି ସେ କହିଛନ୍ତି। କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଯେ ସେମାନେ ପ୍ରଜ୍ବଳଙ୍କୁ ହରାଇବାପାଇଁ କେବଳ ଏହା କରିନାହାନ୍ତି ବରଂ ପ୍ରଜ୍ବଳଙ୍କ ପାଇଁ ପ୍ରଚାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମା ମାଗିବା ପାଇଁ କହି ତାଙ୍କୁ ଅପମାନିତ କରିଛନ୍ତି। କୁମାରସ୍ବାମୀ କହିଛନ୍ତି, ସେ ପ୍ରଜ୍ବଳଙ୍କୁ ସୁରକ୍ଷା ଦେଉନାହାନ୍ତି ବରଂ ସେ ଆଇନରେ ବିଶ୍ବାସ ରଖନ୍ତି ।

ସମ୍ବନ୍ଧିତ ଖବର