ମୋଦୀଙ୍କ କଡ଼ା ବାର୍ତ୍ତା: ଦୁର୍ନୀତିକୁ କୌଣସି ମତେ ସହ୍ୟ କରାଯିବନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁର୍ନୀତି ବିରୋଧରେ କଡ଼ା ବାର୍ତ୍ତା ରଖିଛନ୍ତି। ମୋଦୀ କହିଛନ୍ତି, ଦୁର୍ନୀତିକୁ କୌଣସି ମତେ ସହ୍ୟ କରାଯିବ ନାହିଁ। ଦୁର୍ନୀତି ନିରୋଧୀ ସଂସ୍ଥାଗୁଡ଼ିକ ସେମାନଙ୍କ କାମ କରିବା ସମୟରେ ଭୟଶୂନ୍ୟ ରହିବାପାଇଁ ମୋଦୀ ଆହ୍ବାନ ଦେଇଛନ୍ତି। ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଦୁର୍ନୀତିକୁ କୌଣସି ବି ଉପାୟରେ ପ୍ରଶ୍ରୟ ଦିଆଯିବନାହିଁ। ଦୁର୍ନୀତିକୁ ରାଜନୈତିକ ଏବଂ ସାମାଜିକ ସୁରକ୍ଷା ମିଳିବା ଅନୁଚିତ। ଦୁର୍ନୀତି ହେଉଛି ଏକ ଅପରାଧ ଏବଂ ଆମେ ଏଠାରୁ ଦୂରେଇ ରହିବା‌ ଉଚିତ। ‌ମୋଦୀ କହିଛନ୍ତି, ଅନେକ ସମୟରେ ଆମେ ଦେଖିଛୁ ଯେ ଦୁର୍ନୀତିଗ୍ରସ୍ତ ଲୋକମାନେ ଜେଲ୍‌ରେ ଥାଇ ବି ସେମାନଙ୍କୁ ସମ୍ମାନିତ କରାଯାଇଛି।

ଏହା ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତି ଭାରତୀୟ ସମାଜ ପାଇଁ ଆଦୌ ଭଲ ନୁହେଁ। ମୋଦୀ କହିଛନ୍ତି, ଆଜି ମଧ୍ୟ କିଛି ଲୋକ ଦୁର୍ନୀତିରେ ଦୋଷୀସାବ୍ୟସ୍ତ ହୋଇଥିବା ଲୋକଙ୍କ ସମର୍ଥନରେ ଯୁକ୍ତି ବାଢ଼ନ୍ତି। ତେବେ ଏଭଳି ବ୍ୟକ୍ତି ଏବଂ ଅନୁଷ୍ଠାନ ସମାଜ ପ୍ରତି ସେମାନଙ୍କ କର୍ତ୍ତ୍ୟବ ସଂକ୍ରାନ୍ତରେ ସଚେତନ ରହିବା ଉଚିତ। ମୋଦୀ କହିଛନ୍ତି, ଶକ୍ତିଶାଳୀ ବ୍ୟକ୍ତିଙ୍କ ଚାପ ପାଇଁ ତଦନ୍ତକାରୀ ସଂସ୍ଥାମାନେ ସେମାନଙ୍କ କାମରେ ଆଦୌ ଖିଲାପ ନକରନ୍ତୁ। ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ‌ ଶକ୍ତିଶାଳୀ ହୋଇଥିଲେ ବି ସେମାନଙ୍କୁ ‌କୌଣସି ବି ପରିସ୍ଥିତିରେ ସୁରକ୍ଷା ମିଳିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର