ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଚିତ୍ର ପ୍ରସଙ୍ଗ : ରାଜ୍ୟସଭା ଆଡହକ୍ କମିଟିରେ ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ : ରାଜ୍ୟସଭାର ଏକ ଆଡହକ୍‌ କମିଟିରେ ସାଂସଦ ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି।

ସୋସିଆଲ ମିଡିଆରେ ଅଶ୍ଳୀଳ ଚିତ୍ର ପ୍ରଦର୍ଶନ କରାଯାଉଥିବାରୁ ଏବଂ ଏହାର ପ୍ରଭାବ ସମାଜ ଓ ଶିଶୁମାନଙ୍କ ଉପରେ ପଡୁଥିବାରୁ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗର ଅଧିକ ତଜର୍ମା କରିବା ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ ଗତ ୫ ତାରିଖରେ ଏକ କମିଟି ଗଠନ କରିଥିଲେ। ଏବେ ଏହାର ପୁନଃଗଠନ ସହିତ ଏକ ଆଡହକ୍‌ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଜୟରାମ ରମେଶଙ୍କୁ ମନୋନୀତ କରାଯାଇଥିବାବେଳେ ୧୪ ଜଣ ସଦସ୍ୟ ରହିଛନ୍ତି। ଏଥିରେ ବିଜେଡିର ସାଂସଦ ଅମର ପଟ୍ଟନାୟକଙ୍କୁ ସଦସ୍ୟ ରୂପେ ସ୍ଥାନ ମିଳିଛି। ଏହି କମିଟି ଏକ ମାସ ଭିତରେ ମାମଲାକୁ ଅନୁଧ୍ୟାନ କରି ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ।

ସମ୍ବନ୍ଧିତ ଖବର