ସ୍କୁଟି ଚଳାଉଥିବାବେଳେ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କାରୀ , ଭେଲପୁରି ଓ ଗୁପଚୁପ୍‌ ଖୁଆଇଲେ

ନାଗପୁର:କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରର ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନିତିନ ଗଡ଼କାରୀ ଗତକାଲି ସ୍କୁଟି ଚଳାଉଥିବାବେଳେ ଜଣେ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ହଠାତ୍‌ ନିତିନ ଗଡ଼କରୀ ଗୋଟିଏ ଠେଲା ଗାଡ଼ି ପାଖରେ ନିଜର ସ୍କୁଟି ରଖି ଦେଇଥିଲେ ଓ ସାମ୍ବାଦିକ ଜଣଙ୍କୁ ଏକ ଲୋକ ପାଖକୁ ନେଇଥିଲେ।

ସେ ଏକ ଭେଲପୁରୀ ଦୋକାନୀ ପାଖକୁ ଯାଇ କହିଲେ‘ଭାଇ ଭେଲପୁରୀ ବନାଅ,ଖଟା-ମିଠା ହେବା ଦରକାର,ମାତ୍ର ରାଗ କମ୍‌। ଦହି-ପୁରୀ ଓ ଗୁପଚୁପ୍‌ ବି ଖୁଆଅ। ’ ସେଠାରେ ସେ ନିଜେ ଏସବୁ ଖାଇବା ସହିତ ସାମ୍ବାଦିକଙ୍କୁ ମଧ୍ୟ ଖୁଆଇଥିଲେ। ଏହି ସମୟରେ ନିତିନ ଗଡକାରୀ କହିଥିଲେ ଯେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ଏକଦମ୍‌ ମଜଭୁତ୍‌ ଅଛି। ଉଭୟ ଦଳ ମଧ୍ୟରେ ଥିବା ସବୁ ତିକ୍ତତା ଦୂର ହୋଇଛି ଓ ମହାରାଷ୍ଟ୍ରରେ ସବୁ ଆସନରେ ଏହି ମେଣ୍ଟ ବିଜୟ ଲାଭ କରିବ।

ସମ୍ବନ୍ଧିତ ଖବର