ବିଜେଡିର ରୋଡ ସୋ’କୁ ବିଜେପିର ପଦଯାତ୍ରା

କୋରାପୁଟ: ନିର୍ବାଚନୀ ପ୍ରଚାର ଧୀରେ ଧୀରେ ଜମି ଆସୁଥିଲା ବେଳେ ଆଜି ଉଭୟ ବିଜେଡି ଓ ବିଜେପି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ବିଶାଳ ରୋଡ ସୋ’ କରାଯାଇଥିଲା ବେଳେ ଅପରାହ୍ନରେ ବିଜେପି ପ୍ରାର୍ଥୀ ପଦଯାତ୍ରା କରି ଲୋକଙ୍କ ସମର୍ଥନ ଲୋଡିଛନ୍ତି।
ବିଜେଡି ରୋଡ ସୋ’ ଆଜି ମା’ ମଙ୍ଗଳା ମନ୍ଦିର ପାଖରୁ ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସାହି ଓ ଗଳି ବୁଲିଥିଲା। ଏହି ରୋଡ ସୋ’ରେ ଶତାଧିକ ବାଇକ ସାମିଲ ହୋଇଥିଲେ। ଦୁଇଟି ଖୋଲା ଗାଡିରେ ବିଜେଡି ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏଥିରେ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲ, ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ସାଂସଦ ଝିନ୍ନ ହିକକା, ବରିଷ୍ଠ ନେତା ଗୁପ୍ତ ପ୍ରସାଦ ଦାଶ, ଶିବ ପଟ୍ଟନାୟକ, ମହିଳା କାର୍ଯ୍ୟକାରୀ ସଭାପତି ରୀତା ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।
ଅପରାହ୍ନରେ ବିଜେପି ପ୍ରାର୍ଥୀ ତ୍ରିପୁରାରି ଗରଡା ଏକ ପଦଯାତ୍ରା କରିଥିଲେ। ଡିଏନକେ ଛକରୁ ଏହି ପଦଯାତ୍ରା ବାହାରି ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଥିଲା। ଏହି ପଦଯାତ୍ରା ସମୟରେ ତାଙ୍କ ସହ ବିଜେପି କର୍ମୀ ଓ ମହିଳା ନେତ୍ରୀମାନେ ଉପସ୍ଥିତ ଥିଲେ। ନିଜ ପାଇଁ ସେ ଭୋଟ ମାଗିବା ସହ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର