ତିନି ‌ସେନାରେ ‌ସେବା ଦେଇଥିବା କର୍ଣ୍ଣେଲ ପ୍ରୀଥିପାଲ୍ ସିଂ ଗିଲ ୧୦୦ବର୍ଷରେ ପଦାର୍ପଣ କଲେ

ନୂଆଦିଲ୍ଲୀ: କର୍ଣ୍ଣେଲ ପ୍ରୀଥିପାଲ ସିଂ ଗିଲ ତାଙ୍କ ଜୀବନର ୧୦୦ବର୍ଷ ପୂରା କରିଛନ୍ତି। କର୍ଣ୍ଣେଲ ଏକମାତ୍ର ଅଧିକାରୀ ଯିଏକି ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନାରେ ନିଜର ସେବା ପ୍ରଦାନ କରିଛନ୍ତି।

ପ୍ରଥମେ କର୍ଣ୍ଣେଲ ପ୍ରୀଥିପାଲ ସିଂ କରାଚିରେ ପାଇଲଟ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ସେ ରୟାଲ ହାୱର୍ଡ ଏୟାରକ୍ରାପ୍ଟ ଉଡାଉଥି‌ଲେ। ୧୯୬୫ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ ସାମିଲ ହୋଇଥିଲେ। ଏହାପରେ ସେ ଭାରତୀୟ ନୌସେନାକୁ ଆସିଥିଲେ। ନୌସେନାରେ ସେ ସ୍ବିପିଙ୍ଗ ସିପ ଓ ଆଇଏନଏସ ତୀରରେ ନିଜ ସେବା ‌ଦେଇଥିଲେ।

ଏଥିସହିତ ସେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମାଲ ପରିବହନ ଜାହାଜଗୁଡ଼ିକର ତଦାରଖ କରୁଥିଲେ। ନୌସେନା ଅଧିକାରୀ ଭାବେ ଡେପୁଟି ଲେଫ୍ଟନାଣ୍ଟ ପ୍ରୀତିପାଲ ସିଂ ଗିଲ ଦେଓଲାଲି ସ୍କୁଲ ଅଫ୍ ଆର୍ଟିଲିରିରୁ ପ୍ରଶିକ୍ଷଣ ବି ନେଇଛନ୍ତି।

ଏହାପରେ ପରେ ଗିଲଙ୍କୁ ଭାରତୀୟ ସ୍ଥଳସେନାକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଏଠାରେ ସେ ଗ୍ବାଲିୟର ମାଉଣ୍ଟେନ୍ ବ୍ୟାଟେରୀରେ ନିୟୋଜିତ ହୋଇଥିଲେ। କେବଳ ଏତିକି ନୁହେଁ, ସେ ମଣିପୁରରେ ଆସାମ ରାଇଫଲସରେ ନିଜର ସେବା ବି ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ପରିବାରଲୋକଙ୍କ ସହମତି ବିନା ଇଂରେଜ ଶାସନ ସମୟରେ ପ୍ରୀଥିପାଲ ସିଂ ରୟାଲ ଇଣ୍ଡିଆନ ଏୟାରପୋର୍ସରେ ସାମିଲ ହୋଇଥିଲେ।

 

ଲେଫ୍ଟନାଣ୍ଟ ଜେନେରାଲ କେଜେ ସିଂ ନିଜର ଟୁଇଟର ହ୍ୟାଣ୍ଡେଲରେ ଗିଲଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ତାଙ୍କ ଯୁବା ଅବସ୍ଥାର ଏକ ଫଟୋ ଓ ବର୍ତ୍ତମାନ ସମୟର ଏକ ଫଟୋ ସେୟାର କରିଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି, ‘କର୍ଣ୍ଣେଲ ପ୍ରୀଥିପାଲ୍ ସିଂ ଗିଲ-୧୦୦ ନଟ ଆଉଟ।’

ସମ୍ବନ୍ଧିତ ଖବର