ପାକ୍‌ ଡ୍ରୋନ୍‌କୁ ଖସା‌ଇଲା ଭାରତ

ଅହମଦାବାଦ୍‌ : ପାକିସ୍ତାନ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆଜି ଭାରତୀୟ ବାୟୁସେନାର ବିମାନ ଆକ୍ରମଣର ମାତ୍ର କିଛି ସମୟ ପରେ ଆଜି ଗୁଜରାଟର କଚ୍ଛ ଜିଲ୍ଲା‌ରେ ପାକିସ୍ତାନର ଏକ ଗୁଇନ୍ଦା ଡ୍ରୋନ୍‌କୁ ଖସାଇ ଦିଆଯାଇଛି। ଗୁଜରାଟ ଅନ୍ତର୍ଜାତୀୟ ସୀମା ନିକଟ ଅମ୍ବାସା ଗ୍ରାମରେ ଏକ ଗୁଇନ୍ଦା ଡ୍ରୋନ୍‌ ଉଡ଼ୁଥିବା ଦେଖିବା ପରେ ଏହାକୁ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିଲେ। ପାକିସ୍ତାନ କେଉଁ ଉଦ୍ଦେଶ୍ୟରେ ଏହି ଅଂଚଳରେ ଗୁଇନ୍ଦା ଡ୍ରୋନ୍‌ ପ୍ରବେଶ କରାଇଥିଲା ତାହାର ଖୋଳତାଡ଼ ଚାଲିଛି। ଏହି ଡ୍ରୋନ୍ ଚୀନ୍‌ ନିର୍ମିତ ଏବଂ ଏଥିରେ ଅତ୍ୟନ୍ତ ଶକ୍ତିଶାଳୀ କ୍ୟାମେରା ସହିତ ସାମରିକ ଟ୍ରାନ୍ସମିଟର ମଧ୍ୟ ରହିଥିଲା।

ସମ୍ବନ୍ଧିତ ଖବର