ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଂସଦ ଶେର ଅଫଜଲ ଖାନ ମରୱାତଙ୍କ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। 

Advertisment

ଭାଇରାଲ ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅଫଜଲ ଖାନଙ୍କୁ ଟ୍ରୋଲ କରି କହିଛନ୍ତି, ‘ଯେତେବେଳେ ସାଂସଦମାନେ ନିଜେ ପଳାଇବାକୁ ଚିନ୍ତା କରୁଛନ୍ତି, ସେତେବେଳେ ସୈନିକମାନଙ୍କର ମନୋବଳ କିପରି ବୃଦ୍ଧି ପାଇବ?"

ଭାଇରାଲ ଭିଡିଓରେ ସାମ୍ବାଦିକ ମରୱତଙ୍କୁ ପଚାରିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିପରି ସଂଯମତା ଅବଲମ୍ବନ କରିବା ଉଚିତ? ଦ୍ବିତୀୟ ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସେ କ'ଣ କରିବେ ? 

ପ୍ରଥମ ପ୍ରଶ୍ନର ଉତ୍ତର ଦେଇ ଅଫଜଲ ଖାନ କହିଥିଲେ‘  ମୋଦୀ କ’ଣ ମୋ ମାଉସୀଙ୍କ ପୁଅ ‌ଯେ ମୋ କଥାରେ ସେ ପଛକୁ ହଟିଯିବେ।’ 

ଦ୍ବିତୀୟ ପ୍ରଶ୍ନ ଶୁଣିବା ପରେ ଅଫଜଲ କହିଥିଲେ, ‘ଯଦି ଯୁଦ୍ଧ ହୁଏ ତେବେ ମୁଁ ଇଂଲଣ୍ଡ ପଳାଇଯିବି।’
ମରୱତ ଏକଦା ଇମ୍ରାନ ଖାନଙ୍କ ଦଳ ପିଟିଆଇର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ, କିନ୍ତୁ ସମୟ ସହିତ ସେ ଦଳକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ଇମ୍ରାନ ଖାନ ଦଳୀୟ ପଦବୀରୁ ବହିଷ୍କାର କରିଥିଲେ।