ମମତାଙ୍କ ଉପସ୍ଥିତିରେ କୋଲ୍‌କାତାରେ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଦ୍ବିତୀୟ କ୍ୟାମ୍ପସ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ କୋଲ୍‌କାତାସ୍ଥିତ ‘ଚିତ୍ତରଞ୍ଜନ ନ୍ୟାସ୍‌ନାଲ୍‌ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ଦ୍ବିତୀୟ କ୍ୟାମ୍ପସ୍‌କୁ ଭର୍ଚ୍ୟୁଆଲ୍‌ ଭାବେ ଉଦ୍‌ଘାଟନ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବକୁ ଆମନ୍ତ୍ରଣ କରିଥିବାରୁ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କହିଲେ ଯେ, ଏହି ପ୍ରତିଷ୍ଠାନ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନର ମାନ୍ୟତା ରଖେ। ଏହି ଅଞ୍ଚଳରେ ତାଙ୍କର କଲେଜ ଜୀବନ ବିତିଥିଲା।

ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଥିଲେ, ଅପରାହ୍ଣ ୧ଟା ବେଳେ ‘ସିଏନ୍‌ସିଆଇ’ କ୍ୟମ୍ପସ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ। ଏହି ପ୍ରତିଷ୍ଠାନ ପୂର୍ବ ଓ ଉତ୍ତରପୂର୍ବ ପ୍ରାନ୍ତ ଭାରତର ସ୍ବାସ୍ଥ୍ୟ ସେବା ସାମର୍ଥ୍ୟ ବୃଦ୍ଧି କରିବ।

Image Courtesy of PiPaNews

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତି ଅନୁସାରେ, ‘ଆଏନ୍‌ସିଆଇ’ର ଦ୍ବିତୀୟ କ୍ୟାମ୍ପସ୍‌ ଦେଶର ସମସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ପ୍ରସାରଣ ଏବଂ ଉନ୍ନତିକରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁସାରେ ନିର୍ମାଣ କରାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସମଗ୍ର ଜନସଂଖ୍ୟାରୁ ୯୦%ରୁ ଅଧିକ ନାଗରିକ କରୋନାଭାଇରସ୍‌ ବିପକ୍ଷରେ ଅନ୍ୟୂନ ଗୋଟିଏ ଡୋଜ୍‌ ଟିକା ନେଇ ସାରିଛନ୍ତି। ମାତ୍ର ୫ ଦିନ ମଧ୍ୟରେ ୧୫ ରୁ ୧୭ ବର୍ଷ ବୟସବର୍ଗରେ ୧.୫ କୋଟି ପିଲା ପ୍ରଥମ ଡୋଜ୍‌ ଟିକା ନେଇସାରିଲେଣି।

ସମ୍ବନ୍ଧିତ ଖବର