ଜୟପୁର: ମୋଦୀର ମୁଣ୍ଡ ଥଣ୍ଡା, ଥଣ୍ଡା ବି ଥାଏ... ହେଲେ ମୋଦୀର ରକ୍ତ ଗରମ ହୁଏ... ଆଉ ଏବେ ମୋଦୀର ଶିରାପ୍ରଶିରାରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି...

Advertisment

ଏମିତି କହି ପାକିସ୍ତାନକୁ ପୁଣି ଡରାଇଛନ୍ତି ମୋଦୀ । କହିଛନ୍ତି, ପାକିସ୍ତାନ କେବେ ଭାରତ ସହିତ ସିଧାସଳଖ ଯୁଦ୍ଧରେ ଜିତିପାରିବନି । ତେଣୁ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି । ସ୍ୱାଧୀନତା ପରେ ପାକିସ୍ତାନ ଆତଙ୍କବାଦକୁ ବଢାଇ ନିରୀହ ଲୋକଙ୍କୁ ହତ୍ୟା କଲା, ରକ୍ତର କାହାଣୀ ଲେଖୁଥିଲା, ଆତଙ୍କର ପରିବେଶ ସୃଷ୍ଟି କରୁଥିଲା.. ହେଲେ ପାକିସ୍ତାନ ଗୋଟେ କଥା ଭୁଲି ଯାଇଥିଲା ଯେ, ଏବେ ଭାରତ ମାତାର ସେବକ ମୋଦୀ ଛାତି ପତାଇ ଛିଡା ହୋଇଛି ବୋଲି...  ମୋଦୀର ମୁଣ୍ଡ ଥଣ୍ଡା, ଥଣ୍ଡା ବି ଥାଏ... ହେଲେ ମୋଦୀର ରକ୍ତ ଗରମ ହୁଏ... ଆଉ ଏବେ ମୋଦୀର ଶିରାପ୍ରଶିରାରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି । ଏବେ ଭାରତ ସ୍ପଷ୍ଟ କରିଦେଇଛି ପ୍ରତ୍ୟେକ ଆତଙ୍କୀ ଆକ୍ରମଣର ଜବାବ ଭାରତ ପାକିସ୍ତାନକୁ ଦେବ । ଆଉ ଏହାର ମୂଲ୍ୟ ପାକିସ୍ତାନର ସେନା ଆଉ ପାକିସ୍ତାନର ଅର୍ଥ ବ୍ୟବସ୍ଥା ସହିବ । 

ପହଲଗାମ୍ ହମଲାକୁ ଆଜି ମାସେ ପୂରିଥିବା ବେଳେ ପ୍ରତିଶୋଧର କାହାଣୀ କହିବା ସହ  ଅପରେସନ ସିନ୍ଦୂର ପରେ ପ୍ରଥମ ଜନସଭାରେ ସମ୍ବୋଧନ କରି ରାଜସ୍ଥାନରୁ ପାକିସ୍ତାନକୁ ପୁଣି ଟାର୍ଗେଟ୍ କଲେ ମୋଦୀ । କହିଛନ୍ତି, ସେମାନେ ସିନ୍ଦୂର ପୋଛିବାକୁ ଆସିଥିଲେ ଆମେ ତାଙ୍କୁ ମାଟିରେ ମିଶାଇଦେଲୁ । ଯିଏ ଭାରତରେ ରକ୍ତ ବୁହାଇଥିଲେ, ଆଜି ସେମାନଙ୍କୁ ଗୋଟି ଗୋଟି ଜବାବ ଦିଆଯାଇଛି । ଯେଉଁମାନେ ଭାବୁଥିଲେ ଭାରତ ଚୁପ ବସିବ, ଆଜି ସେମାନେ ଘରେ ଲୁଚିଛନ୍ତି । ଯେଉଁମାନେ ନିଜ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ ଆଜି ସେମାନଙ୍କ ଅସ୍ତ୍ର ଅଳିଆଗଦାରେ ପଡ଼ିଛି କହି ଶତ୍ରୁ ଦେଶକୁ ନିଶାନା କରିଛନ୍ତି ମୋଦୀ ।

ଆତଙ୍କବାଦୀମାନେ ୨୨ ତାରିଖରେ ହମଲା କରିଥିଲେ ଆମେ ୨୨ର ପ୍ରତିଶୋଧ ୨୨ ମିନିଟିରେ ନେଲୁ । ପାକିସ୍ତାନରେ ପଶି ଆତଙ୍କୀଙ୍କ ୯ ଆଡ୍ଡାକୁ ଧ୍ବଂସ କରିଦେଲୁ । ସାରା ଦୁନିଆ ଦେଖିଲା ଯେବେ ସିନ୍ଦୂର ବାରୁଦ ପାଲଟେ କଣ ହୁଏ ପରିସ୍ଥିତି । ଶତ୍ରୁ ଦେଶମାନେ ବି ଦେଖିଲେ ଯେବେ କାହା ମଥାର ସିନ୍ଦୂର ପୋଛା ଯାଏ ତାର ପରିଣତି କେତେ ଭୟଙ୍କର ହୁଏ...

ଅଧିକ ପଢନ୍ତୁ-

ସେମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ଆମେ ସେମାନଙ୍କୁ ମାଟିରେ ମିଶାଇଦେଲୁ- ପ୍ରଧାନମନ୍ତ୍ରୀ ମୋଦୀ

ଆମ ପାଇଁ ଦେଶ ଓ ଦେଶବାସୀଙ୍କ ଠାରୁ ବଡ଼ କିଛି ନାହିଁ । ୨୨ ତାରିଖରେ ଆତଙ୍କବାଦୀମାନେ ଧର୍ମ ପଚାରି ଆମ ମାଆ ଭଉଣୀଙ୍କର ସିନ୍ଦୂର ପୋଛିଥିଲେ । ସେଦିନ ଗୁଳି ସିନା ପହଲଗାମରେ ଫୁଟିଥିଲା ହେଲେ ୧୪୦ କୋଟି ଭାରତୀୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ପୂରା ଭାରତ ଏକାଠି ହୋଇଥିଲା ଆତଙ୍କୀଙ୍କୁ ମାଟିରେ ମିଶାଇ ଦେବାକୁ । ଆଉ ତାପରେ ଆମ ବୀର ସେନା ଶତ୍ରୁ ମାଟିରେ ତାଣ୍ଡବ ରଚିଦେଲେ । ୩ ସେନା ଏମିତି ଚକ୍ରବ୍ୟୁହ ରଚିଲେ, ପାକିସ୍ତାନ ଆଣ୍ଠେଇପଡିଲା ବୋଲି ମୋଦୀ କହିଛନ୍ତି । 

ପାକିସ୍ତାନକୁ ନିଶାନା କରି ମୋଦୀ ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ଆମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଏହା ଆକ୍ରୋଶ ନୁହେଁ, ସମଗ୍ର ଭାରତର ରୌଦ୍ର ରୂପ । ପରମାଣୁ ଆକ୍ରମଣ ଧମକକୁ ଭାରତ ଖାତିର କରେନି । ପୂରା ବିଶ୍ୱରେ ପାକିସ୍ତାନର ପୋଲ୍ ଖୋଲୁଛି । ଆଉ ଯଦି ଆଗକୁ କେବେ ଆକ୍ରମଣ ହୁଏ ତାହାଲେ ଧୂଳିସାତ କରିଦେବୁ । ପାକିସ୍ତାନକୁ ଭାରତର ହକ୍ ର ପାଣି ମିଳିବନି । ଭାରତୀୟଙ୍କ ରକ୍ତରେ ଖେଳିବା ପାକିସ୍ତାନୀଙ୍କୁ ମହଙ୍ଗା ପଡ଼ିବ । 

ଅଧିକ ପଢନ୍ତୁ-

ରାଜସ୍ଥାନରୁ ମୋଦୀଙ୍କ ରଣହୁଙ୍କାର: ୨୨ର ପ୍ରତିଶୋଧ ୨୨ ମିନିଟରେ ନେଲୁ, ଦୁନିଆ ଦେଖିଲା ସିନ୍ଦୂରର ଶକ୍ତି...

ପାକିସ୍ତାନ ବିକାନେରର ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ କୌଣସି କ୍ଷତି କରିପାରିଲେ ନାହିଁ। ପାକିସ୍ତାନର ରହିମ ୟାର ଖାନ ଏୟାରବେସ୍ ସୀମା ଆରପଟେ ଅଛି । ଯାହା ପୁଣି କେବେ ଉଠିବ ତାହା କେହି ଜାଣନ୍ତି ନାହିଁ। କାରଣ ଭାରତୀୟ ସେନାର ଆକ୍ରମଣ ପରେ ଏହା ଆଇସିୟୁରେ ଅଛି । ପାକିସ୍ତାନ ସହିତ ନା ବାଣିଜ୍ୟ ହେବ ନା ଆଲୋଚନା। କେବଳ ପିଓକେ ଉପରେ ଆଲୋଚନା ହେବ... ପାକିସ୍ତାନ ଭାରତର ପାଣି ପାଇବ ନାହିଁ... ଭାରତର ରକ୍ତ ସହିତ ଖେଳିଥିବାରୁ ସେମାନଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ଏହା ଭାରତର ସଂକଳ୍ପ ଏବଂ ବିଶ୍ୱର କୌଣସି ଶକ୍ତି ଆମକୁ ଏହି ସଂକଳ୍ପରୁ ହଟାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।