ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କଲେ ମୋଦୀ : ରାଜନାଥ ପ୍ରତିରକ୍ଷା, ଶାହା ଗୃହ ଓ ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ  ଶପଥ ଗ୍ରହଣ କରିଛନ୍ତି । ଶନିବାର ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି।  ନିମ୍ନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ବିଭାଗ ସଂପର୍କରେ ସୂଚନା ଦିଆଗଲା।

ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନ୍‌ସନ୍‌, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆ ଯାଇ ନ ଥିବା ବିଭାଗ।

ରାଜନାଥ ସିଂହ: ପ୍ରତିରକ୍ଷା,
ଅମିତ ଶାହା: ଗୃହମନ୍ତ୍ରାଳୟ,
ନୀତିନ ଜୟରାମ ଗଡ଼କରୀ: ସଡ଼କ ପରିବହନ ଏବଂ ରାଜପଥ ଓ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
ଡି. ବି. ସଦାନନ୍ଦ ଗୌଡ଼ା: ରାସାୟନିକ ଏବଂ ସାର
ନିର୍ମଳା ସୀତାରମଣ: ଅର୍ଥ, କର୍ପୋରେଟ୍‌ ବ୍ୟାପାର
ରାମବିଳାସ ପାଶ୍ୱାନ: ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ନରେନ୍ଦ୍ର ସିଂହ ତୋମାର: କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ଏବଂ ପଞ୍ଚାୟତରାଜ
ରବି ଶଙ୍କର ପ୍ରସାଦ: ଆଇନ୍‌ ଓ ନ୍ୟାୟ, ଯୋଗାଯୋଗ, ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ଇନ୍‌ଫର୍ମେସନ ଟେକ୍ନଲୋଜି
ହର୍‌ସିମ୍ରାତ୍‌ କୌ ବାଦଲ: ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ଥାଓ୍ଵାର ଚାନ୍ଦ ଗେହେଲଟ୍‌: ସାମାଜିକ ନ୍ୟାୟ ଓ ପ୍ରବର୍ତ୍ତନ
ଡକ୍ଟର୍‌ ସୁବ୍ରମଣିୟାମ୍‌ ଜୟଶଙ୍କର: ବୈଦେଶିକ ବ୍ୟାପାର
ରମେଶ ପୋଖରିୟାଲ୍‌: ମାନବ ସମ୍ବଳ ବିକାଶ
ଅର୍ଜୁନ ମୁଣ୍ଡା: ଜନଜାତି ବ୍ୟାପାର
ସ୍ମୃତି ଜୁବିନ ଇରାନୀ: ମହିଳା ଓ ଶିଶୁ ବିକାଶ ଏବଂ ବୟନ ମନ୍ତ୍ରାଳୟ
ଡକ୍ଟର ହର୍ଷବର୍ଦ୍ଧନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭୂବିଜ୍ଞାନ ମନ୍ତ୍ରାଳୟ
ପ୍ରକାଶ ଜାଭଡ଼େକର: ପରିବେଶ, ଅରଣ୍ୟ ଓ ଜଳବାୟୁ ମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ
ପୀୟୂଷ ଗୋୟାଲ୍‌: ରେଳବାଇ, ବାଣିଜ୍ୟ ଓ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ
ମୁଖ୍‌ତାର ଅବ୍ଦାସ୍‌ ନକ୍‌ଓ୍ଵି: ସଂସଦୀୟ ବ୍ୟାପାର, କୋଇଲା, ଖଣି
ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ: କୁଶଳ ବିକାଶ ଏବଂ ଔଦୌଗିକ
ଅରବିନ୍ଦ ଗଣପତ ସାଓ୍ଵନ୍ତ: ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
ଗରିରାଜ ସିଂହ: ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ
ଗଜେନ୍ଦ୍ର ସିଂହ ଶେଖାଓ୍ଵତ୍‌: ଜଳଶକ୍ତି

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
ସନ୍ତୋଷ କୁମାର ଗଙ୍ଗଓ୍ଵାର୍‌: ଶ୍ରମ ଓ କର୍ମସଂସ୍ଥାନ
ରାଓ ଇନ୍ଦଜିତ୍‌ ସିଂହ:  ପରିସଂଖ୍ୟାନ ଏବଂ ଯୋଜନା ପ୍ରଣୟନ, ଯୋଜନା ମନ୍ତ୍ରାଳୟ
ଶ୍ରୀପଦ ୟେସୋ ନାଇକ: ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଏବଂ ହୋମିଓପ୍ୟାଥି (ଆୟୁଷ), ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ଡକ୍ଟର୍‌ ଜିତେନ୍ଦ୍ର ସିଂହ: ଉତ୍ତରପୂର୍ବ ଅଞ୍ଚଳ ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କର୍ମଚାରୀ ମନ୍ତ୍ରାଳୟ, ସାଧାରଣ ଅଭିଯୋଗ ଏବଂ ପେନ୍‌ସନ୍‌, ଆଣିବିକ ଶକ୍ତି, ମହାକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ
କିରେନ୍‌ ରିଜିଜୁ: ଯୁବ ବ୍ୟାପାର ଓ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର
ପ୍ରହଲ୍ଲାଦ ସିଂହ ପଟେଲ୍‌: ସଂସ୍କୃତି, ପର୍ଯ୍ୟଟନ
ରାଜକୁମାର ସିଂହ: ଶକ୍ତି, ନୂତନ ଓ ଅକ୍ଷୟ ଶକ୍ତି, କୁଶଳ ବିକାଶ ଏବଂ ଔଦ୍ୟୋଗିକ
ହରଦୀପ ସିଂହ ପୁରୀ: ଗୃହନିର୍ମାଣ ଏବଂ ନଗର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ
ମନସୁଖ ଲାଲ୍‌ ମାଣ୍ଡବିୟ: ଜାହାଜ ଚଳାଚଳ, ରାସାୟନିକ ଓ ସାର

ରାଷ୍ଟ୍ରମନ୍ତ୍ରୀ
ଫଗ୍ଗନ୍‌ସିଂହ କୁଲସ୍ତେ: ଇସ୍ପାତ
ଅଶ୍ୱିନୀ କୁମାର ଚୌବେ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଅର୍ଜୁନ ରାମ ମେଘଓ୍ଵାଲ୍‌: ସଂସଦୀୟ ବ୍ୟାପାର, ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
ଜେନେରାଲ୍‌ (ରିଟାୟାଡ୍‌) ଭି. କେ. ସିଂହ: ସଡ଼କ ପରିବହନ ଓ ରାଜପଥ
କୃଷ୍ଣ ପାଲ୍‌: ସାମାଜିକ ନ୍ୟାୟ ଓ ଶଶକ୍ତକରଣ
ଦନ୍‌େଓ୍ଵ ରାଓସାହେବ ଦାଦାରାଓ: ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ
ଜି. କିଷନ୍‌ ରେଡ୍ଡୀ: ଗୃହ ବ୍ୟାପାର
ପର୍ଷୋତ୍ତମ ରୁପାଲା: କୃଷି ଓ କୃଷକ କଲ୍ୟାଣ
ରାମଦାସ ଅଥାଓ୍ଵାଲେ: ସାମାଜିକ ନ୍ୟାୟ ଏବଂ ଶଶକ୍ତକରଣ
ସାଧ୍ୱୀ ନିରଞ୍ଜନ ଜ୍ୟୋତି: ଗ୍ରାମୀଣ ବିକାଶ
ବାବୁଲ ସୁପ୍ରିୟୋ: ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
ସଞ୍ଜୀବ କୁମାର ବଲ୍ୟାନ: ପଶୁସମ୍ପଦ, ଦୁଗ୍ଧ ଓ ମତ୍ସ୍ୟ
ଧୋତ୍ରେ ସଞ୍ଜୟ ଶାମାରାଓ: ମାନବ ସମ୍ବଳ ବିକାଶ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା
ଅନୁରାଗ ସିଂହ ଠାକୁର: ଅର୍ଥ, କର୍ପୋରେଟ୍‌ ବ୍ୟାପାର
ଅଙ୍ଗଦି ସୁରେଶ ଚନ୍ନାବାସାପ୍ପା: ରେଳମନ୍ତ୍ରାଳୟ
ନିତ୍ୟାନନ୍ଦ ରାୟ: ଗୃହ ମନ୍ତ୍ରାଳୟ
ରତନ ଲାଲ୍‌ କଟାରିଆ: ଜଳଶକ୍ତି, ସାମାଜିକ ନ୍ୟାୟ ଓ ଶଶକ୍ତକରଣ
ଭି. ମୁରଲୀଧରନ୍‌: ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର
ରେଣୁକା ସିଂହ ସରୁତା: ଜନଜାତି ବ୍ୟାପାର
ସୋମ ପ୍ରକାଶ: ବାଣିଜ୍ୟ ଓ ଶିଳ୍ପ
ରାମେଶ୍ୱର ତେଲି: ଖାଦ୍ୟ ପ୍ରକ୍ରିୟାକରଣ ଶିଲ୍ପ
ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ: ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ପଶୁସମ୍ପଦ, ଦୁଗ୍ଧ ଓ ମତ୍ସ୍ୟ
କୈଳାଶ ଚୌଧୁରୀ: କୃଷି ଓ କୃଷକ କଲ୍ୟାଣ
ସୁଶ୍ରୀ ଦେବଶ୍ରୀ ଚୌଧୁରୀ: ମହିଳା ଓ ଶିଶୁ ବିକାଶ

ସମ୍ବନ୍ଧିତ ଖବର