କରୋନା କଟକଣା ସହ ଅହମ୍ମଦାବାଦରେ ହେଲା ରଥ ଟଣା

ଅହମ୍ମଦାବାଦ: ପୁରୀ ସହ ଗୁଜୁରାଟର ଅହମ୍ମଦାବାଦରେ ମଧ୍ୟ ଆରମ୍ଭ ହୋଇଛି ରଥଯାତ୍ରା | ପ୍ରଭୁ ଜଗନ୍ନାଥଙ୍କ ୧୪୪ ତମ ରଥଯାତ୍ରା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ଟଣା ଯାଇଥିବା ଜଣାପଡ଼ିଛି | ଏଟି ରଥ ସହ ୫ଟି ଗାଡି ରଥ ଟଣାରେ ସାମିଲ ହୋଇଥିବା ବେଳେ ପ୍ରାୟ ୧୯କିଲୋମିଟର ପର୍ଯ୍ୟନ୍ତ ରଥ ଟଣା ହେବ ବୋଲି ଜଣାପଡ଼ିଛି |

ଜୁଲାଇ ୮ରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ ଦେଇଥିଲେ । କୋଭିଡ ଗାଇଡ ଲାଇନକୁ ପାଳନ କରି ରଥାଯାତ୍ରା ପାଳନ କରାଯାଇପାରିବ ବୋଲି କୁହାଯାଇଥିଲା | ଏହା ସହ ଯେଉଁ ପଥ ଦେଇ ରଥ ବାହାରିବ ସେହି ପଥରେ କର୍ଫ୍ୟୁ ଲାଗୁ କରାଯିବ। ରଥକୁ ଟାଣୁଥିବା ଲୋ‌କେ ୪୮ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ପ୍ରଶାସନକୁ ଦେଖାଇବେ। ରଥ ସହିତ ଚାଲୁଥିବା ଟ୍ରକ, ଭଜନ ମଣ୍ଡଳୀ ଚଳିତ ଥର ସାମିଲ ହୋଇ ପାରିବେ ନାହିଁ। ଏଥିସହିତ ସମସ୍ତ କରୋନା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଥିଲା। ଗତବର୍ଷ କରୋନା ହେତୁ ରଥଯାତ୍ରା ହୋଇ ନଥିଲା। କିନ୍ତୁ ଚଳିତଥର ଅହମ୍ମଦାବାଦ ପ୍ରଶାସନ ରଥଯାତ୍ରାକୁ ମଞ୍ଜୁରୀ ଦେଇଛନ୍ତି।

ସମ୍ବନ୍ଧିତ ଖବର