ଆତ୍ମଘାତୀ ଆତଙ୍କବାଦୀର ଫଟୋ ଜାରି କଲା ଜୈସ୍ : ନର ପିଶାଚ ଆଦିଲ୍‌

ଶ୍ରୀନଗର : ଅବନ୍ତିପୋରାରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଆକ୍ରମଣ ପାଇଁ ଆତ୍ମଘାତୀ ସଦସ୍ୟ ଆଦିଲ ଅହମ୍ମଦ ଡାର୍‌କୁ ନିୟୋଜିତ କରାଯାଇଥିଲା। ଜୈଶ ଆଦିଲ୍‌ର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଜାରି କରିଛି। ମାତ୍ର ବର୍ଷକ ଭିତରେ ଆଦିଲ୍‌ ସୁରକ୍ଷାବାହିନୀ ଉପରେ ୬ଥର ଆକ୍ରମଣ କରିଥିଲା ଏବଂ ଅପରେସନ୍‌ ଅଲ୍‌ଆଉଟ୍‌ରୁ ବର୍ତ୍ତି ଯାଇଥିଲା।

ସମ୍ବନ୍ଧିତ ଖବର