ମୁଣ୍ଡ ବୁଲାଇଥିଲା, ହେଲେ ମୁଁ ପରୀକ୍ଷା କରିନି; ଗର୍ଭବତୀ ଥିବା ଚର୍ଚ୍ଚାକୁ ନେଇ ଏଭଳି କହିଲେ ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ନିରନ୍ତର ଶିରୋନାମାରେ ରହିଛନ୍ତି। ପ୍ରଥମେ ସଚିନଙ୍କ ସହ ପ୍ରେମ, ତା’ପରେ ବେଆଇନ ଭାବେ ଭାରତରେ ପ୍ରବେଶ ଏବଂ ଏହାପରେ ପାକିସ୍ତାନୀ ଏଜେଣ୍ଟ ସନ୍ଦେହରେ ଏଟିଏସର ଯାଞ୍ଚରେ ସୀମା ଛନ୍ଦି ହୋଇ ରହିଛନ୍ତି। ନିକଟରେ ସୀମାଙ୍କୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଥିଲା। ଚର୍ଚ୍ଚା ହେଉଥିଲା ଯେ, ଚାରି ସନ୍ତାନର ମା’ ସୀମା ହାଇଦର ପୁଣି ଖୁସିଖବର ଦେବାକୁ ଯାଉଛନ୍ତି। ଅର୍ଥାତ ସେ ପଞ୍ଚମ ଥର ମା’ ହେବେ।

ଏବେ ଏଭଳି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସୀମା ହାଇଦର। ଗର୍ଭବତୀ ଅଛନ୍ତି କି ନାହିଁ ପ୍ରଶ୍ନ କରାଯିବାରୁ ସୀମା କହିଛନ୍ତି, ଟିକିଏ ମୁଣ୍ଡ ବୁଲାଇଥିଲା। ହେଲେ ମୁଁ ଏପର୍ଯ୍ୟନ୍ତ ପରୀକ୍ଷା କରିନାହିଁ।

ତେବେ ଗୁପ୍ତଚର ବୋଲି ସନ୍ଦେହ କରି ଯାଞ୍ଚ କରାଯାଉଥିବା ବେଳେ ସୀମାଙ୍କୁ ଫିଲ୍ମ ଓ ନିର୍ବାଚନ ଲଢ଼ିବାର ଅଫର ମିଳିସାରିଛି।ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମାଙ୍କୁ ତାଙ୍କର ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ହେଉଥିବା ସିନେମାରେ ଅଭିନୟ ପାଇଁ ଅଫର ଦେଇଛନ୍ତି।

ଏହା ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ସୀମା ହାଇଦରଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି। ସୂଚନା ପ୍ରଦାନ କରି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାସୁମ୍ କିଶୋର କହିଛନ୍ତି ଯେ ସୀମା ହାଇଦାର ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଭାରତ ଆସିଛନ୍ତି। ଯଦି ସୀମାଙ୍କୁ ଆମର ସୁରକ୍ଷା ଏଜେନ୍ସି ଦ୍ୱାରା କ୍ଲିନ୍ ଚିଟ୍ ଓ ଭାରତୀୟ ନାଗରିକତା ମିଳେ, ତେବେ ତାଙ୍କୁ ଦଳକୁ ସ୍ୱାଗତ କରାଯିବ।

ସମ୍ବନ୍ଧିତ ଖବର