ଲୁଡ଼ୁ ଖେଳରେ ଠକେଇ, ବାପାଙ୍କ ବିରୋଧରେ କୋର୍ଟ ଗଲେ ଝିଅ

ନୂଆଦିଲ୍ଲୀ: ଲୁଡୁ ଖେଳକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ସମ୍ପର୍କ ଏତେ ତିକ୍ତ ‌ହୋଇପଡ଼ିଛି ଯେ, ଝିଅ ବାପାଙ୍କ ବିରୋଧରେ କୋର୍ଟ ଯିବାକୁ ପଡ଼ିଛି। ଏଭଳି ଏକ ଘଟଣା ଭୋପାଳରେ ଘଟିଛି। ଭୋପାଳର ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ବାପାଙ୍କ ବିରୋଧରେ ଫାମିଲି କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଲୁଡ଼ୁ ଖେଳରେ ତାଙ୍କ ବାପା ତାଙ୍କୁ ଚିଟିଂ କରି ଖେଳରେ ବିଜୟୀ ହୋଇଥିଲେ। ଖେଳରେ ବାପାଙ୍କର ଏଭଳି ଠକେଇ ଘଟଣାରେ ସେ ତାଙ୍କ ବାପାଙ୍କୁ ଘୃଣା କରୁଛନ୍ତି ଏବଂ ତାଙ୍କୁ ବାପା ବୋଲି ସମ୍ବୋ‌ଧନ କରିବାକୁ ଇଛା ହେଉନାହିଁ ବୋଲି ଯୁବତୀ କୋର୍ଟଙ୍କୁ ଜଣାଇଛନ୍ତି। ଏହି ମାମଲାରେ ଉଭୟ ବାପା ଓ ଝିଅଙ୍କୁ କାଉନ୍‌ସେଲିଂ କରାଯାଉଛି ଏବଂ ମାମଲାର ସମାଧାନ ବାହାର କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଭୋପାଳ ଫାମିଲି କୋର୍ଟର କାଉନ୍‌ସେଲର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର