‘ଦ କେରଳ ଷ୍ଟୋରି’ ରିଲିଜ ଉପରେ ରହିତାଦେଶ ଦେଲେନି ହାଇକୋର୍ଟ

ତିରୁଅନନ୍ତପୁରମ: ଦ ‌କେରଳ ଷ୍ଟୋରି ସିନେମାର ରିଲିଜ ଉପରେ ରହିତାଦେଶ ଲଗାଇବାକୁ କେରଳ ହାଇକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଏନ ନାଗରେଶ ଏବଂ ବିଚାରପତି ସୋଫି ଥୋମାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସତ୍ୟ ଘଟଣା ଦ୍ବାରା ଅନୁପ୍ରେରିତ ବୋଲି ସିନେମାରେ କୁହାଯାଇଥିବା ଟିପ୍ପଣୀ ଦେବା ସହିତ ସିନେମା ରିଲିଜ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି। କେନ୍ଦ୍ରୀୟ ସିନେମା ପ୍ରମାଣନ ବୋର୍ଡ (ସିବିଏଫସି) ଲୋକଙ୍କୁ ସିନେମା ଦେଖାଇବା ପାଇଁ ପ୍ରମାଣପତ୍ର ପ୍ରଦାନ କରିଛି।

ରହିତାଦେଶ ଦେବା ପୂର୍ବରୁ ଖଣ୍ଡପୀଠ ସିନେମାର ଟ୍ରେଲର ଦେଖିଥିଲେ। ସିନେମାରେ କୌଣସି ସଂପ୍ରଦାୟ ପ୍ରତି ଅପମାନଜନକ କିଛି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। କୌଣସି ଆବେଦନକାରୀ ସିନେମା ଦେଖିନାହାନ୍ତି ଏବଂ ପ୍ରଯୋଜକ ଏହା ମଧ୍ୟ ଘୋଷଣା କରିଛନ୍ତି ସିନେମାଟି କାଳ୍ପନିକ କାହାଣୀ ଉପରେ ପର୍ଯ୍ୟବସିତ। ତେବେ ସିନେମାର ଟିଜରରେ ୩୨ ହଜାରରୁ ଅଧିକ ମହିଳା ଆଇଏସଆଇଏସରେ ନିଯୁକ୍ତ ହୋଇଛନ୍ତି ବୋଲି ଯାହା କୁହାଯାଇଛି ତାହାକୁ ସାମାଜିକ ଗଣମାଧ୍ୟମକୁ ହଟାଇ ଦିଆଯିବ ବୋଲି ପ୍ରଯୋଜକ ଅଦାଲତରେ କହିଛନ୍ତି।

ସମ୍ବନ୍ଧିତ ଖବର