ଗୁଜରାଟ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପ୍ରକ୍ରିୟା ଆରମ୍ଭ

ସୁରତ: ଗୁଜରାଟ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ସୁରଟଠାରେ ଗୁଜରାଟ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟରେ ଆପ୍‌ର ଜାତୀୟ ଆବାହକ କେଜ୍ରିୱାଲ କହିଛନ୍ତି, ‘ଆମେ ଚାହୁ, ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଲୋକମାନେ ଆମକୁ କୁହନ୍ତୁ। ଆମେ ଏକ ଫୋନ୍ ନମ୍ବର ଓ ଇମେଲ ଆଇଡି ଜାରି କରୁଛୁ।

ଆପଣମାନେ ନଭେମ୍ବର ୩ ତାରିଖ ସଂଧ୍ୟା ୫ଟା ସୁଦ୍ଧା ତା’ ମାଧ୍ୟମରେ ନିଜର ମତାମତ ଦେଇପାରିବେ। ଆମେ ନଭେମ୍ବର ୪ରେ ଫଳାଫଳ ଘୋଷଣା କରିବୁ।’ ଏକ ସମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ କେଜ୍ରିୱାଲ କହିଲେ, ଲୋକମାନେ କାହାକୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି, ତାହା ମୋବାଇଲ ନମ୍ବର ୬୩୫୭୦୦୦୩୬୦ରେ ହ୍ବାଟ୍‌ସଆପ୍‌ ବା ମେସେଜ ଯୋଗେ କିମ୍ବା ଇମେଲ ଯୋଗେ ଜଣାଇପାରିବେ।

ସମ୍ବନ୍ଧିତ ଖବର