ସାଗର ସେତୁ ମୋବାଇଲ ଆପ୍‌କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ନେସନାଲ ଲଜିଷ୍ଟିକ୍ସ ପୋର୍ଟାଲ (ମରିନ)ର ଆପ୍‌ ଭର୍ସନକୁ ଉନ୍ମୋଚନ କରିଛନ୍ତି। ‘ସାଗର ସେତୁ’ ନାମକ ଏହି ଆପ୍‌ ଉନ୍ମୋଚନ ସମୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାଧାରଣତଃ ରପ୍ତାନିକାରୀ, ଆମଦାନୀକାରୀ ଏବଂ ସୀମାଶୁଳ୍କ ମଧ୍ୟସ୍ଥଙ୍କ ନିକଟରେ ପହଞ୍ଚି ପାରୁନଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରିଅଲଟାଇମ୍‌ ସୂଚନା ଏହି ଆପ୍‌ ଦ୍ୱାରା ମିଳିପାରିବ । ଜାହାଜ ସଂକ୍ରାନ୍ତ ସୂଚନା, ଗେଟ୍‌, କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଏବଂ ଫିଙ୍ଗରଟିପ୍‌ରେ କାରବାର ସମେତ ବିଭିନ୍ନ ସୁବିଧା ଏହି ଆପ୍‌ ଜରିଆରେ ମିଳିପାରିବ।

ସାଗର ସେତୁ ଆପକୁ ଉନ୍ମୋଚନ କରି ଶ୍ରୀ ସୋନୱାଲ କହିଛନ୍ତି ଯେ ଏହା ହାତରେ ଥିବା ଏକ ଡିଭାଇସ ଜରିଆରେ ରକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସହଜରେ ଯୋଗାଇ ଦେବ । ମୋବାଇଲ ଆପ୍‌ ଜରିଆରେ ଡାଟା ମୋବିଲିଟି ସୁବିଧା ମିଳିବ ଯାହାଦ୍ୱାରା ବନ୍ଦର ଓ ମନ୍ତ୍ରଣାଳୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ଆଙ୍ଗୁଠି ଟିପରେ ମଞ୍ଜୁରି ଓ ଅନୁଧ୍ୟାନର ସବୁ କାର୍ଯ୍ୟ ନିୟନ୍ତ୍ରିତ ହୋଇପାରିବ।
ସୂଚନାଯୋଗ୍ୟ ଯେ ଗୋଟିଏ ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମ ସୁବିଧା ଦେବା ଲାଗି ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରି ୨୦୨୩ରେ ନେସନାଲ ଲଜିଷ୍ଟିକ ପୋର୍ଟାଲ ମରିନ୍‌ ଶୁଭାରମ୍ଭ କରାଯାଇଥିଲା। ଏହାର ମାତ୍ର ୨ ମାସ ମଧ୍ୟରେ ସାଗର ସେତୁ ଆପ୍‌ ଶୁଭାରମ୍ଭ କରାଯିବା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କାରବାର ସୁଗମ ହେବା ସହିତ ଦେଶର ଅର୍ଥବ୍ୟବସ୍ଥା ସମୃଦ୍ଧ ହେବ।

ସମ୍ବନ୍ଧିତ ଖବର