କଲେଜିୟମ୍ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ନାହିଁ: ପୂର୍ବତନ ସିଜେଆଇ ଲଳିତ

ଚେନ୍ନାଇ : ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନବିଚାରପତି ୟୁୟୁ ଲଳିତ ଗୁରୁବାର କହିଛନ୍ତି ଯେ ବିଚାରପତି ନିଯୁକ୍ତି ପାଇଁ ଯେଉଁ କଲେଜିୟମ୍ ବ୍ୟବସ୍ଥା ରହିଛି, ସେଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ।

ଗୁରୁବାର ଚେନ୍ନାଇଠାରେ ଅନୁଷ୍ଠିତ ଥିଙ୍କ୍‌ଏଜୁ କନକ୍ଲେଭ୍‌ର ୧୨ଶ ସଂସ୍କରଣର ପ୍ରଥମ ଅଧିବେଶନରେ ‘କାହିଁକି ଆଇନ ପଢ଼ିବି: ସାମାଜିକ କର୍ତ୍ତବ୍ୟ ଓ ଆଇନଗତ ଦାୟିତ୍ବଶଳୀତା’ ଶୀର୍ଷକ ଆଲୋଚନାରେ ଭାଗ ନେଇ ଜଷ୍ଟିସ୍ ଲଳିତ କହିଥିଲେ ଯେ, ଆଇନ ଅଧ୍ୟୟନ କେବଳ ବିଶ୍ବବିଦ୍ୟାଳୟ ଓ କଲେଜ ଶିକ୍ଷାରେ ସୀମିତ ହେବା ଉଚିତ ନୁହେଁ। ବରଂ ସବୁସ୍ତରର ଲୋକମାନେ ଏହା ଅଧ୍ୟୟନ କରିପାରିବେ। ମେଡିକାଲ ଛାତ୍ରମାନଙ୍କୁ ଯେପରି ଗ୍ରାମାଞ୍ଚଳକୁ ଇଣ୍ଟର୍ନସିପ ପାଇଁ ପଠାଯାଏ, ଆଇନ ଛାତ୍ରମାନଙ୍କୁ ସେପରି ପଠାଯିବା ଉଚିତ। ଫଳରେ ସେମାନେ ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ବୁଝିପାରିବେ ଓ ସେମାନଙ୍କ ସହ ଭାବବିନିମୟ କରିପାରିବେ। ଏହି ଅବସରରେ ସେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ନିଜର ମତ ରଖିଥିଲେ ଏବଂ କହିଥିଲେ ଯେ, ଏହି ବ୍ୟବସ୍ଥା ତ୍ରୁଟିଶୂନ୍ୟ। ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ। ବୃଥାଟାରେ ଏହାକୁ ନେଇ ଆଜିକାଲି ବିବାଦ ଚାଲିଛି ବୋଲି ସେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର