ବାନ୍ଦ୍ରା ଷ୍ଟେସନ୍‌ରେ ହଜାର ହଜାର ପ୍ରବା‌ସୀଙ୍କ ଭିଡ଼

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ଷ୍ଟେସନ୍‌ରେ ଆଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିହାର ଅଭିମୁଖେ ବାହାରିଥିବା ଏହି ପ୍ରବାସୀ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନ୍‌ ଧରିବାପାଇଁ ବାନ୍ଦ୍ରା ଷ୍ଟେସନ୍‌ରେ ପହଞ୍ଚିଥିଲେ। କିନ୍ତୁ ପୁଲିସ ଅର୍ଦ୍ଧାଧିକ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଦେଇଛି। କେବଳ ପଂଜିକୃତ ହୋଇଥିବା ପ୍ରବାସୀମାନଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ମିଳିଛି। ତେବେ ବାନ୍ଦ୍ରା ଷ୍ଟେସନ୍ ବାହାରର ଦୃଶ୍ୟ ଆଜି ଥିଲା ବେଶ୍‌ ବ୍ୟଥିତ କଲା ଭଳି। ‌ସ୍ବତନ୍ତ୍ର ଟ୍ରେନ୍‌ ଧରିବାପାଇଁ ଯେ, ନାମ ପଂଜିକୃତ କରିବାକୁ ପଡ଼ିବ ତାହା ଅର୍ଦ୍ଧାଧିକ ପ୍ରବାସୀ ଜାଣିନାହାନ୍ତି। ସେଥିପାଇଁ ଘରକୁ ଫେରିବାକୁ ପ୍ରବାସୀମାନେ ଷ୍ଟେସନ୍‌ ବାହାରେ ଭିଡ଼ ଜମାଇଥିଲେ। ତେବେ ପୁଲିସ ସୂଚନାନୁଯାୟୀ ପଂଜିକୃତ ହୋଇଥିବା

ପ୍ରାୟ ୧୦୦୦ ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ୍‌ ଧରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଅନ୍ୟମାନଙ୍କୁ ଫେରାଇ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତକାଲି କହିଥିଲେ ଯେ, ପ୍ରାୟ ୫ ଲକ୍ଷ ପ୍ରବାସୀ ଶ୍ରମିକ ଟ୍ରେନ୍‌ ଏବଂ ବସ୍‌ ଯୋଗେ ରାଜ୍ୟ ଛାଡ଼ି ସାରିଛନ୍ତି। ଠାକ୍‌ରେ କହିଥିଲେ,ରାଜ୍ୟ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଉତ୍ତମ ଯତ୍ନ ନିଆଯାଉଛି। ପ୍ରାୟ ୬.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ୩ ଓଳି ଖାଇବାକୁ ଦିଆଯାଉଛି। କିନ୍ତୁ ଅନେକ ପ୍ରବାସୀ ଘରକୁ ଫେରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର